ହୋମ କ୍ୱାରେନଟାଇନରେ ଥିବା ଯୁବକର ସନ୍ଦେହଜନ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ

1347 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ହୋମ କ୍ୱାରେନଟାଇନରେ ଥିବା ଜଣେ ଯୁବକର ସନ୍ଦେହଜନ ମୃତ୍ୟୁ । ଘର ନିକଟସ୍ଥ ବାଡିରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଓଦା ଗ୍ରାମରେ । ମୃତକ  ଚେନ୍ନାଇର ଏକ ହୋଟେଲରେ କାମ କରୁଥିଲେ । ସଂପ୍ରତି  କରୋନା ଯୋଗୁ ସେ ଗତ ମାସ ୧୮ ତାରିଖରେ ଘରକୁ ଫେରିଥିଲେ ।

ବାହାର ରାଜ୍ୟରୁ ଆସିଥିବା ହେତୁ ୨୦ତାରିଖରେ ତାଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତାଙ୍କର କୈାଣସି ଲକ୍ଷଣ ନଥିବା ବେଳେ ୧୪ଦିନ ରହିବା ପରେ ଗାଁରେ ବୁଲାବୁଲି କରିଥିଲେ । ଏହାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା । ପୁନର୍ବାର ତାଙ୍କର ଚିକିତ୍ସା କରାଯିବା ସହ ତାଙ୍କୁ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।

ତେବେ ଗତକାଲି ରାତିରେ ଘର ନିକଟ ବାଡିରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଆଜି ଭୋରରୁ ଦେଖିବାକୁ ପାଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଗ୍ରାମବାସୀଙ୍କୁ ଦାୟୀ କରିବା ସହ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏପଟେ ସ୍ଥାନୀୟ ସରପଂଚ ଏଭଳି ଘଟଣାର ପ୍ରକୃତ ତଦନ୍ତ କରାଯାଇ ଉକ୍ତ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି । ତେବେ ମୃତକଙ୍କ ପରିବାରର ଅଭିଯୋଗକ୍ରମେ ପୋଲିସ ଗ୍ରାମର ୪/୫ଜଣ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ।

Related Post

ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ ବିଧାୟକଙ୍କ ସଫେଇକୁ ଖଣ୍ଡନ କଲେ ଜୁଏଲ୍ ଓରାମ

Posted by - February 23, 2019 275
ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା କଟକ ଜିଲ୍ଲା ନିଆଳିର ରତନପୁରର ମନୋଜ କୁମାର ବେହେରାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ବେଳେ କଟକ ବାରବାଟୀ ବିଧାୟକ…

ଯାଜପୁର ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

Posted by - December 20, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପହଞ୍ଚି ମା ବିରଜା ଙ୍କୁ ମନ୍ଦିର ବାହାରୁ ଦର୍ଶନ କରିଛନ୍ତି। ଅପରାଜିତା ପହଂଚିବା ପରେ…

ହରଭଙ୍ଗା ବ୍ଲକରେ ନିର୍ବାଚନୀ ଉଷ୍ମତା ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରେ ସମିତିସଭ୍ୟା ଅନ୍ତର୍ଦ୍ଧାନ

Posted by - February 10, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ବୌଦ୍ଧ ଜିଲ୍ଲାରେ ପ୍ରଚାର ଅଭିଯାନ ଶୀର୍ଷ ସୋପାନରେ ପହଂଚିଥିବା ବେଳେ ପଂଚାୟତ ସମିତି ସଭ୍ୟ ଅଧ୍ୟକ୍ଷ ପଦ ଏବେ…

ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ

Posted by - May 24, 2019 2
ଭୁବନେଶ୍ୱର : ରାଜ୍ୟରେ ବିଜେଡିକୁ ଅପୂର୍ବ ସଫଳତା ମିଳିଛି। ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୟ ପାଇଁ ଦଳର…

ସମାପ୍ତ ହେଲା ପୌର ନିର୍ବାଚନ,ନିଜ ୱାର୍ଡ ରେ ଭୋଟ ଦେଲେ ପ୍ରଣବ ପ୍ରକାଶ ଦାସ

Posted by - March 24, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭୋଟ ଦେଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳ ର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଯାଜପୁର ପୌରାଚଂଳର…

Leave a comment

Your email address will not be published.