ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)କରୋନା ଭୁତାଣୁ ସଂକ୍ରମଣ ନ ହେବାପାଇଁ ପ୍ରଶାସନ କଠୋର କାଜ୍ୟାଅନୁଷ୍ଠାନ ଗ୍ରହଣ କରିଛି । ଏହାସହ ସମଗ୍ର ଦେଶରେ ଲକ୍ଡାଉନ୍ କରାଯାଇଥିବା ବେଳେ ସମସ୍ତ ର୍ଧାମିକ ଓ ସାଂସ୍କୃତିକ ଅନୁଷ୍ଠାନକୁ ବାରଣ କରାଯାଇଛି । କେବଳ ବିଧିରକ୍ଷା ପାଇଁ ଧାର୍ମିକ ସ୍ଥଳ ମାନଙ୍କରେ ଜଣେ କିମ୍ବା ଦୁଇଜଣ ପୂଜାରୀଙ୍କ ଦ୍ୱାରା ପୂଜାବିଧି ସଂପନ୍ନ ହେଉଛି
କୌଣସି ସାଧାରଣ ଲୋକଙ୍କ ଦର୍ଶନ ବା ଅନ୍ୟ ପୂଜକ ମାନଙ୍କୁ ମଧ୍ୟ ପ୍ରବେଶ ନିଷେଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦେବ ପୀଠରେ ବାର୍ଷିକ ଆୟୋଜିତ ହେଉଥିବା ପୂଜା ଯଥା ଗୋଳକୁଣ୍ଡ ମା’ମଙ୍ଗଳା, ରତ୍ନଗିରୀ ର ପ୍ରସିଦ୍ଧ ଚାଙ୍ଗୁଡା ଯାତ୍ରା , ଅଟିରା ପଞ୍ଚାୟତ ରେ ଥିବା ସନ୍ଥନ ଯାତ୍ରା ଉପରେ ପ୍ରଶାସନିକ ରୋକ ଲାଗିଥିବା ସହ ସଂପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ବରୀ ତହସିଲଦାର ସରୋଜ କାନ୍ତ ନାୟକ ସୂଚନା ଦେଇଛନ୍ତି ।
ପୂ
ର୍ବ ବର୍ଷ ମାନଙ୍କ କଥା ଭିନ୍ନ । ଚଳିତ ବର୍ଷ ଯେହେତୁ କରୋନା ଭୂତାଣୁ ପାଇଁ ବିଭିନ୍ନ ପ୍ରତିବନ୍ଧକ ସହ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଇଛି ତେଣୁ କୌଣସି ଠାରେ ପୂଜା, ମେଳା ମହୋତ୍ସବ ଆୟୋଜନ କରାଯିବ ନାହିଁ କିମ୍ବା ଜନଗହଳି ହେବାକୁ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟକରି ଦେଇଛନ୍ତି । ଏ କ୍ଷେତ୍ରରେ ବ୍ୟତିକ୍ରମ ହେଲେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀନାୟକ ସ୍ପଷ୍ଟ ଭାବେ କହିଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ଥିବା ଧାର୍ମିକ ପୀଠମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶ୍ରୀ ଦାସ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବରୀ ତହସିଲଦାର ଶ୍ରୀ ନାୟକ ଓ ବରୀ ଥାନାଧିକାରୀ ମାର୍କଣ୍ଡ ମିଶ୍ର ଓ ବରିଷ୍ଠ ଅଧିକାରୀ ମନେ ବିଭିନ୍ନ ମନ୍ଦିର ମାନ ବୁଲି ପରିସ୍ଥିତି ପରୀକ୍ଷିଥିଲେ।