ଭୁବନେଶ୍ୱର : କରୋନା କଟକଣା ପାଇଁ ଚଳିତ ବର୍ଷ ତୈଳିକ ବୈଷ୍ୟ ମହାସଭା ବିରଜା ମଣ୍ଡଳ ଯାଜପୁର ବିରଜା ପିଠରେ ଏପ୍ରିଲ୍ ୧୩ ବିଷୁବ ସଂକ୍ରାନ୍ତି ଦିବସରେ ହେବାକୁ ଥିବା ବାର୍ଷିକ ଅଧିଶେନକୁ ସ୍ଥଗିତ କରାଯାଇଛି । ପ୍ରତି ବର୍ଷ ଉକ୍ତ ଦିବସରେ ବିଭିନ୍ନ ଅଞ୍ଚଳରୁ ଉକ୍ତ ଅଧିବେଶନକୁ ସତାଧିକା ଗ୍ରାମର ଭାଇମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗାଦେଇ ସେମାନଙ୍କର ସୁବିଧା ଅସୁବିଧା ମନାନ୍ତର ମତାନ୍ତ ପିଲାମାନଙ୍କର ଶିକ୍ଷା ନିମନ୍ତେ ଅନୁଦାନ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆର୍ଥିକ ସାହାଯ୍ୟ ପ୍ରଭୃତି ଆଲୋଚନା ମାଧ୍ୟମରେ ସରଳି କରଣ କରିବାର ରାସ୍ତା ଇତ୍ୟାଦି ଆଲୋଚନା ହୁଏ ।
ଏଣୁ ଉକ୍ତ ବର୍ଷ କରୋନା କଟକଣା ପାଇଁ ନିରାଡ଼ାମ୍ବର ଭାବେ ଉକ୍ତ ଉତ୍ସବକୁ ପାଳନ କରାଯିବ କେବଳ ମା’ବିରଜାଙ୍କର ପୂଜା ଅର୍ଚ୍ଚନା ନିତି ପାଇଁ ଦେୟ ପୈଠ କରାଯିବ । ଉକ୍ତ ଦିବସର ପ୍ରତି ଗ୍ରାମର ମୁଖ୍ୟ ଆଇନ୍ ପରିସରରେ ରହି ନିଜ ନିଜ ଗ୍ରାମବାସୀମାନଙ୍କୁ ମାସ୍ ପିନ୍ଧାଇବା ଓ କରୋନା ବିଷୟରେ ସଚେତନ କରାଇବା ପାଇଁ ବିରାଜ ମଣ୍ଡଳର ସଭାପତି ତଥା ଓଡ଼ିଶାର ଯୁଗ୍ମ ସମ୍ପାଦକ ପାଣ୍ଡବ ଚରଣ ସାହୁ ନିବେଦନ କରିଛନ୍ତି ।
The expert full size’s selection inside the hundreds of dollars, determined by just what
you desire.