ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଲକଡାଉନ କୁ ସଫଳ କରିବା ପାଇଁ ବରୀ ପୋଲିସ ଓ ସ୍ଥାନୀୟ ପ୍ରଶାଶନ ଦିନ ରାତି ଏକ କରିଦେଇଛି ।ଆଇନ ଶୃଙ୍ଖଳାର ତଦାରଖ କାରିବା ସହ ଲୋକଙ୍କୁ ସଚେତନ କରାଇବା ଓ ସେମାନଙ୍କ ସୁରକ୍ଷା ମଧ୍ୟ ସେମାନଙ୍କ ଦାୟିତ୍ୱ । ଏଭଳି ସ୍ଥଳେ ଲକଡାଉନ ସାମୟରେ କିଛି ଆମାନିଆଙ୍କ ପାଇଁ ପୋଲିସ ଓ ସ୍ଥାନୀୟ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ତଥାପି ସେମାନେ ଚେତୁନାହାନ୍ତି ।
ସେମାନକୁ ସଚେତନ କରିବା ସହ ସେମାନଙ୍କୁ ବାଟକୁ ଆଣିବା ପାଇଁ ବରୀ ପୋଲିସ ଆଜି ସକାଳୁ ବରୀ ବଜାର ଉପରେ ଚେକିଂ ଆରମ୍ଭ କରି ଦେଇଥିଲା ଏଥିରେ ବଜାରକୁ ବାଇକ ନେଇ ଆସିଥିବା ଲୋକେ ଯିଏ ହେଲମେଟ କିମ୍ବା ମୁହରେ ମାସ ନ ବାନ୍ଧି ଆସିଛି ସେମାନଙ୍କୁ ସଚେତ କରିବା ସହ ଅମାନିଆଙ୍କୁ ଗାଡି ଅଟକାଇ ଜୋରିମାନା ଆଦାୟ କରୁଥିବାର ନଜରକୁ ଆସିଥିଲା
ସେହି ସ୍ଥାନରେ ବରୀ ତହସିଲ ଦାର ସରୋଜ କାନ୍ତ ନାୟକ , ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ଙ୍କ ସମେତ ବରୀ ର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମନେ ଉପସ୍ଥିତି ଥିବାର ଦେଖା ଯାଇଥିଲା ।