ଭୁବନେଶ୍ୱର: ରାଜ୍ୟରେ ଗତକାଲି ଚିହ୍ନଟ ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ସାମନାକୁ ଆସିଛି। ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।ସେ ମାର୍ଚ୍ଚ ୨୦ରୁ ଏପ୍ରିଲ ୩ ମଧ୍ୟରେ ମଧୁସୂଦନ ନଗରସ୍ଥିତ ଘରେ ଥିଲେ । ଏପ୍ରିଲ ୪ରେ ରେଡକ୍ରସ ଭବନ ଅଂଚଳକୁ ଯାଇଥିଲେ । ସେହିପରି ସେ ଏପ୍ରିଲ ୬ରେ କ୍ୟାପିଟାଲ ହସ୍ପିଟାଲ ଅଂଚଳକୁ ଯାଇଥିଲେ । ମହିଳା ଜଣକ ଏପ୍ରିଲ ୭ରୁ ୧୦ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୧୦ରେ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା । ଏଥି ସହିତ ତାଙ୍କୁ କ୍ରମାଗତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଥିଲା । ଏପ୍ରିଲ ୧୦ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
