ଯାଜପୁର ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ମୈଥାନ ଇସ୍ପାତ କାରଖାନାରେ।କଳିଙ୍ଗନଗରସ୍ଥିତ ମୈଥାନ ଷ୍ଟିଲ ପ୍ଲାଣ୍ଟର ଏସଏମଏସ ସାଇଟ୍ରେ ଜେ ଡି କନଷ୍ଟ୍ରକ୍ସନ ନାମକ ଏକ ଠିକାଦାରୀ ସଂସ୍ଥାର ୫ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ଏହି ସମୟରେ ଲେଡେନ ଗ୍ୟାସ ଫାଟି ବିସ୍ଫୋରଣ ହେବାରୁ ୫ ଜଣ ଶ୍ରମିକଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତେବେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି। ଆହତ ଶ୍ରମିକମାନଙ୍କ ମଧ୍ୟରେ ଉମାନାଥ ଯାଦବ(୪୦ ବର୍ଷ), ଉମେଶ ରାୟ ( ୩୮), ମାନସ ମଲ୍ଲିକ(୨୧ ), ସୁନୀଲ ମାଝି(୨୪) ଥିବାବେଳେ ଅନ୍ୟ ଜଣେ ଶ୍ରମିକଙ୍କ ପରିଚୟ ଜଣାଯାଇ ନାହିଁ।
Facebook Notice for EU!
You need to login to view and post FB Comments!