ଭୁବନେଶ୍ବର:ଲୋକଙ୍କୁ ସଚେତନତା କରିବାକୁ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି।କରୋନା ସଂକ୍ରମଣ ବେଳେ କିଛି ସାଇବର ଠକେଇ ହେଉଥିବା ନଜରକୁ ଆସିଛି ।କରୋନା ସଂପର୍କରେ କୌଣସି ଭିତ୍ତିହୀନ କିମ୍ବା ବିଭ୍ରାନ୍ତିକର ତଥ୍ୟ ଦିଆଯାଇ ପାରିବ ନାହିଁ । କରୋନା ନାଁରେ ନକଲି ଭ୍ୟାକସିନ୍, ସାନିଟାଇଜର ବିକ୍ରି କରାଯାଇ ପାରିବ ନାହିଁ। ଏପରିକି କରୋନା ସ୍ପେଶାଲ୍ ଅଫର ନାଁରେ ଅନ୍ଲାଇନ ବିକ୍ରି ଉପରେ ମଧ୍ୟ କଟକଣା କରାଯାଇଛି।ସେହିଭଳି କରୋନାକୁ ନେଇ ଫେକ୍ ୱେବ୍ସାଇଟ୍ ଓ ଇ-ମେଲ୍ ତିଆରି ନ କରିବାକୁ କୁହାଯାଇଛି।
ବିଶ୍ୱସନୀୟ ସଂସ୍ଥା ତଥା ସରକାରୀ ସ୍ତରର ନିର୍ଭୁଲ ତଥ୍ୟ ଅନୁକରଣ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି।ସାଇବର ଠକେଇରୁ ଯଥା ସମ୍ଭବ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମିଥ୍ୟା ଖବର ଓ ଗୁଜବ ପ୍ରଚାର ଭଳି ଘଟଣାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ଆଡଭାଇଜାରି ଜାରି କରିଛି।