ପୁରୀରୁ ଶବ ସତ୍କାର କରି ଫେରୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ ୬ଗୁରୁତର

4939 520

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ପୁରୀରୁ ଶବ ସଂସ୍କାର କରି ଫେରୁଥିବା ଏକ ଆମ୍ବୁଲାନ୍ସ ସହ ଟ୍ରକର ମୁହାଁମୁହିଁ ଧକ୍କା । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୬ଜଣ ଗୁରୁତର ଭାବେ ଆହତ । ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ଛକ ନିକଟରେ । ସମସ୍ତ ଆହତ ଭଦ୍ରକ କେନ୍ଦୁଆପଦା ଅଂଚଳର ବୋଲି ଜଣାପଡିଛି ।

ପୁରୀରୁ ଏମାନେ ସଂପର୍କୀୟଙ୍କ ଶବ ସତ୍କାର କରି ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଗୁରୁତର ଆହତମାନଙ୍କୁ ଆମ୍ବୁଲାନ୍ସ ଭିତରୁ ବାହାର କରି ନିକଟସ୍ଥ ଧର୍ମଶାଳା ମେଡିକାଲରେ ଭର୍ତି କରାଯାଇଛି । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଉଛି ।ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି ।

Related Post

ହେଲ୍ପିଂ ହ୍ୟାଣ୍ଡସର ବାର୍ଷିକ ଉତ୍ସବ ପାଳିତ

Posted by - April 12, 2022 0
ଯାଜପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡସ ପକ୍ଷରୁ ମୁଗୁପାଳ କଲେଜ ପଡିଆରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରିବେଶବିତ ଧର୍ମେନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତେ ପରିବେଶ ସୁରକ୍ଷା ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ ଏଥିସହିତ ଯେଉଁ ମାନେ ପରିବେଶ ପାଇଁ କାମ କରୁଛନ୍ତି ସେମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ । ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେIଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ଗଣମାଧ୍ୟମ ପ୍ରତିନିଧି,ସ୍ୱେଚ୍ଛାସେବୀ,କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପୁରୁଣାକଟକ ଡ୍ରେନ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଓ ବିକାଶ ପରିଷଦ ର ବୈଠକ

Posted by - May 17, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଧଲପୁର ଛକ ଠାରୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଡ୍ରେନ ଓ ରାସ୍ତା ନିର୍ମାଣ ଦାବି ରେ ଗତ କାଲି…

ଶିଶୁ ପାଇଁ ଦିନ ଟିଏ ପାଳିତ ହୋଇଯାଇଛି

Posted by - December 25, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସର ରେ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ପ୍ରମିଲା ମହାନ୍ତି ଙ୍କ ସଭାପତିତ୍ୱ ରେ…

ମନମୁଣ୍ଡା ଥାନାର ନୂତନ ଆଇଆଇସି ଙ୍କୁ ସମ୍ବର୍ଦ୍ଧନା କଲେ ଓଡ଼ିଶା ଡ୍ରାଇଭର ମହାସଂଘ

Posted by - October 17, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ଥାନା ରେ ନୂତନ ଆଇଆଇସି ଭାବେ ଅଶ୍ଵିନୀ ଭିତିରିଆ ଯୋଗଦେଇଥିବା ବେଳେ ଲୋକଙ୍କୁ ନ୍ୟାୟ…

There are 520 comments

  1. Pingback: 2smilies

Leave a comment

Your email address will not be published.