ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଚାରିଆଡ଼େ ଏବେ ବିଶ୍ୱ ମହାମାରୀ କରୋନାର ଭୟ କିନ୍ତୁ ଏଭଳି ସମୟରେ ଭୟଭୀତ ନହୋଇ କରୋନା ମୂଳପୋଛ ଲଢେଇରେ ସାମିଲ ହେବାକୁ ସରକାର ଅନୁରୋଧ କରିଥିବା ବେଳେ ନିଜ ନିଜ ଭିତରେ ସାମାଜିକ ଦୂରତା କିପରି ରଖା ଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ଯ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏଭଳି ପରିସ୍ଥିତିରେ ଯିଏ ନିଜ ଜୀବନ କୁ ବାଜିଲଗାଈ ଲୋକଙ୍କ ସେବା ଓ ଶୁରକ୍ଷା ପାଇଁ କାମ କରୁଛି ସେମିତି କିଛି ଜ୍ୱଳନ୍ତ ଉଡାହରଣ ଦେଖିବାକୁ ମିଳିଛି ବରୀ ପୋଲିସ ଷ୍ଟେସନ ର ହୋମଗାର୍ଡ ଦମୟନ୍ତି ସେଠିଙ୍କ ପାଖରେ ।କରୋନା ଯୋଗୁଁ ଯାଜପୁର ଜିଲ୍ଲା ଜନଶୂନ୍ୟ ହୋଇ ପଡ଼ିଥିବା ବେଳେ ଆଜି ସକାଳୁ ଜଣେ ମହିଳା ଙ୍କୁ ବରୀ ପୋଲିସ ସହଯୋଗର ହାତ ବଢ଼େଇ ଥିବାର ଦେଖିବାକୁ ମିଳିଛି । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଠାରୁ ଖବର ପାଇବା ପରେ ବରୀ ଥାନା ଅଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ର ଙ୍କ ନିର୍ଦେଶକ୍ରମେ ବରୀ ପୋଲିସ ଷ୍ଟେସନ ର ହୋମଗାର୍ଡ କର୍ମଚାରୀ ଦମୟନ୍ତି ସେଠି ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଖାଦ୍ୟ ଦେବା ସହିତ ସେବା ଶୁଶୁସା କରିଥିବାର ଦେଖିବାକୁ ମିଳିଥିଲା ।
ସେ ବିପଦର ବନ୍ଧୁ ସାଜିଲା ଭଳି କାମ କରିଛନ୍ତି । ବରୀ ବ୍ଲକ ଭଳି ନୂଆଗାଁ ପଞ୍ଚୟତ ର ଏକ ବିବାହିତ ମହିଳା ବରୀ ବଜାର ରେ କୌଣସି କାରଣ ବସତ ଅସୁସ୍ଥ ହୋଇ ପଡ଼ିଥିଲେ । ତାହା ସେହି କର୍ମଚାରୀ ଜଣଙ୍କ ଦେଖି ତାଙ୍କୁ ସେବା ଯୋଗାଇ ଦେବାପାଇଁ ଆଗେଇ ଆସିଥିଲେ ଓ ତାଙ୍କୁ ଖାଦ୍ୟ ଦେବା ସହ ସେହି ମହିଳାଙ୍କୁ ନେଇ ତାଙ୍କ ଘରେ ସୁରକ୍ଷିତ ଛାଡିଥିଲେ । ସୂଚନାଯୋଗ୍ୟ ଉକ୍ତ ମହିଳା ଜଣଙ୍କ ଘର କିମ୍ଭିରିଆପାଳ ପଂଚାୟତ ଅଧିନସ୍ଥ ଗୋବିନ୍ଦାବାଟି ଗ୍ରାମରେ ବୋଲି ଜଣାପଡିଛି। ପରେ କିଛି ସ୍ଥାନିୟ ବାସିନ୍ଦା ଙ୍କ ସହଯୋଗରେ ତାଙ୍କୁ ତାଙ୍କ ବାସଭବନରେ ପୋଲିସ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଥିଲା । ପୋଲିସ ପ୍ରଶାସନ ଉପରେ ସାଧାରଣରେ ଘୃଣା ଭାବ ଥିବାବେଳେ ବରୀ ପୋଲିସ ର ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି l ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଏହି ଘଟଣା ବରୀ ରେ ଆଲୋଚନାର ବିସୟ ପାଲିଟିଛି ।