ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବିଶ୍ଵ ରେ ମହାମାରୀ ରୂପ ଧାରଣ କରି ଆସିଥିଲା ବେଳେ ମହାମାରୀ କରୋନା ପାଇଁ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଦୀପ୍ଶିଖା ଦାଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଶ ହଜାର ଟଙ୍କାର ଏକ ଚେକ୍ ବରି ତହସିଲଦାର ସରୋଜକାନ୍ତ ନାୟକଙ୍କ ଜରିଆରେ ପ୍ରଦାନ କରିଛନ୍ତି । ବରୀ ବ୍ଲକର ଅଟିରା ପଞ୍ଚାୟତ ଗହପାଳ ଗ୍ରାମର ମନୋରଞ୍ଜନ ଦାସଙ୍କ ଝିଅ ଦୀପ୍ଶିଖା ୬ଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି l
କରୋନା ମୁକାବିଲାରେ ତାଙ୍କ ପାଖରେ ସାଇତି ରଖିଥିବା ଦଶ ହଜାର ଟଙ୍କାକୁ ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି l ଆଜି ବରୀ ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚି ପିତା ମନୋରଞ୍ଜନଙ୍କ ଦାସ ଙ୍କ ସହ ବରୀ ତହସିଲଦାର ସରୋଜକାନ୍ତ ନାୟକଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ବୋଲି ଜଣାପଡିଛି ।
Facebook Notice for EU!
You need to login to view and post FB Comments!