କେନ୍ଦୁଝରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ପ୍ରତିଷ୍ଠା ହେବ କୋଭିଡ ହସ୍ପିଟାଲ

240 0

କେନ୍ଦୁଝର:୭ା୪(ସୀତାରାମ ଦୀକ୍ଷିତ)କେନ୍ଦୁଝର ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ କେନ୍ଦୁଝରଠାରେ କୋଭିଡ-୧୯ ହସପିଟାଲ ସ୍ଥାପନ ହେବ। ଏଥିପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି।ଏହି ହସ୍‌ପିଟାଲ ୨୦୦ ଶଯ୍ୟା ବିଶିଷ୍ଟ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ ଠାରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଉତ୍କଳ ହସ୍‌ପିଟାଲ ପ୍ରାଇଭେଟ ଲିମିଟେଡ ଲିଃ, ଭବନେଶ୍ୱର ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।ଏହି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍‌ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଭେଟିଂଲେଟର ବ୍ୟବସ୍ଥା ସହ ଆଇ. ସି. ୟୁ ର ସୁବିଧା ରହିବ।

ଏହି କୋଭିଡ ହସ୍‌ପିଟାଲ ରାଜ୍ୟସ୍ତରୀୟ କୋଭିଡ ହସ୍‌ପିଟାଲ ର ମଡେଲ ଅନୁଯାୟୀ ନିର୍ମାଣ ହେବ।ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଉତ୍କଳ ହସ୍‌ପିଟାଲ ପାରଭଭେଟ ଲିଃ ପକ୍ଷରୁ ସିଇଓ ସୟଦ୍ କମରନ ହୁସେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ ଅଧିକାରୀ ଡଃ ଅଶୋକ ଦାସ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।କେନ୍ଦୁଝର ମୁଖ୍ୟାଳୟ ତଥା ସହର ଉପକଣ୍ଠ ରାଙ୍କି ଠାରେ ଏହି କୋଭିଡ-୧୯ ହସ୍‌ପିଟାଲ ପ୍ରତିଷ୍ଠା କରାଯିବ। କେନ୍ଦୁଝର ଜିଲ୍ଲା ଡି. ଏମ୍‌. ଏଫ୍‌. ପାଣ୍ଠିରୁ ଏହି କୋଭିଡ ହସ୍‌ପିଟାଲ ନିମନ୍ତେ ଅର୍ଥ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରନା ଭାଇରସ୍ ଆକ୍ରାନ୍ତ ସନ୍ଦେହ କରାଯାଉଥିବା ବ୍ୟକ୍ତି ଏବଂ ପଜିଟିଭ ବାହାରିଥିବା ବ୍ୟକ୍ତି ମାନଙ୍କର ଏହି କୋଭିଡ ହସ୍‌ପିଟାଲରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି।ଆଗାମି ଦୁଇ ସପ୍ତାହ ମଧ୍ୟରେ ଉକ୍ତ କୋଭିଡ ହସ୍‌ପିଟାଲ ର ଭିତିଭୁମି କାର୍ଯ୍ୟ ସଂପନ୍ନ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ଠକେରେ ପ୍ରକାଶ କରିଥିବା ସରକାରୀସ୍ତରରେ ସୂଚନା ଦିଆଯାଉଛି।

ଏହି ବୁଝାମଣ ପତ୍ର ସ୍ୱାକ୍ଷର ହେବା ସମୟରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସନ୍ତୋଷ କୁମାର ନାଏକ, ପ୍ରକଳ୍ପ ନିର୍ଦ୍ଦେଶକ ସମନ୍ୱିତ ଆଦିବାସୀ ଉନ୍ନୟନ ଏଜେନ୍ସି ନାରାୟଣ ମୁର୍ମୁ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସକ ଓ ଜନ ସ୍ୱାସ୍ଥ ଅଧିକାରୀ ଡଃ ଅଶୋକ କୁମାର ଦାସ, ଏ.ଡି.ପି .ଏଚ. ଓ . (ଭି. ଭି. ଡି.) ଡଃ ଦେବେନ୍ ଦାଶ୍, ଉତ୍କଳ ହସପିଟାଲ ପ୍ରାଇଭେଟ ଲିମିଟେଡ ର କର୍ମକର୍ତମାନେ, ଡି. ଏମ୍‌. ଏଫ୍‌. ର କର୍ମକର୍ତା ଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।କିନ୍ତୁ ଅନ୍ୟ ଏକ ଘଟଣା ହେଲା କେନ୍ଦୁଝର ଜିଲ୍ଲାରେ ଟାଟା, ଜିନ୍ଦଲ, ରୁଙ୍ଗଟା ଭଳି ବହୁତ ବଡ ବଡ କମ୍ପାନୀ ମାନେ ଦୀର୍ଘ ବର୍ଷ ଧରି ଖଣି ବ୍ୟବସାୟାୟ କରି ମୁନଫା କମାଇ ଆସୁଥିବା ଦୃଷ୍ଟିରୁ ଜିଲ୍ଲାର ହିତ ଦୃଷ୍ଠିରୁ ଜିଲ୍ଲାରେ ଏକ ଉନ୍ନତମାନର କୋଭିଡ-୧୯ ହସପିଟାଲ ପ୍ରତିଷ୍ଟା ନିମନ୍ତେ ହାତ ବଢାଇବାକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ସେହି କମ୍ପାନୀ ମାନଙ୍କୁ ପ୍ରଭାବିତ କରି ନିଜର ପାରିବା ପଣିଆ ଦେଖାଇବା ପରିବର୍ତେ ସହଜ ଭାବେ ଏଥି ନିମନ୍ତେ ଡି. ଏମ୍‌. ଫଣ୍ଡ କୁ ବ୍ୟବହାର କରାଯିବା ଘଟଣା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି।ଯାହା କି ସ୍ୱଭାବିକ ବୋଲି କୁହାଯାଇଛି।

Related Post

ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା କୋଲନପଡା ଠାରେ ନାମ ଯଜ୍ଞ ପାଇଁ କଳସ ଯାତ୍ରା

Posted by - April 10, 2022 0
ବଙ୍ଗୋମୁଣ୍ଡା- ୦୯/୪(ଅଭିମନ୍ୟୁ ବହିଦାର) ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା କୋଲନପଡା ଠାରେ ସୋମବାର ହେବାକୁ ଥିବା ୧୬ ପହିରୀ ନାମ ଯଜ୍ଞ ପାଇଁ ଆଜି ୧୫୧ କଳସ ଯାତ୍ରା…

ସଫଲ କାରଖାନାର ଅଗ୍ନିକାଣ୍ଡ ୨୫ ଆହତ

Posted by - December 22, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସହର ଉପକଣ୍ଠ ପରଧିଆପାଲି ଠାରେ ଥିବା ସଫଲ କାରଖାନାରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ସୁଚନା ମିଲିଛି । ଆଜି ଦିନ ୧୧ ଟାରେ ଏହି…

ତୃତୀୟ ଶ୍ରୀକ୍ଷେତ୍ର ରେ, ଶ୍ରୀଜନ୍ନାଥଙ୍କ ମନ୍ଦିର ଖୋଲିଲା,ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରୀ

Posted by - January 7, 2021 0
ନୀଳଗିରି :(ସୌମ୍ୟାସାଇ ବାରିକ) ମହାମାରୀ କରୋନା ର କଟକଣା । ଦୀର୍ଘ ଦଶମାସ ଧରି ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ରାଜ୍ୟ…

ମମିତା ମେହେର କୁ ନ୍ୟାୟ, ଶକ୍ତି ଓ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବରଖାସ୍ତ ଦାବିରେ ବିଜେପି ର ବନ୍ଦ ପାଳନ

Posted by - October 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଗୋଲାମୁଣ୍ଡା ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ରେ ସମ୍ପୃକ୍ତ ସମସ୍ତ ଅପରାଧି…

ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ପୁଲୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ,ରକ୍ତଦାନ ଶିବିର ଆୟୋଜିତ

Posted by - February 14, 2022 0
ଟିଟିଲାଗଡ଼:( ଫେବୃଆରୀ ୧୪ କୁ ପ୍ରେମୀ ଯୁଗଳ ନିଜର ଭେଲେନଟାଇନ ଦିବସ ଯାହାକି ପ୍ରେମ ଦିବସ ରୁପେ ପାଳନ କରୁଛନ୍ତି, ଆଜିର ଦିନରେ ପୂଲୱାମା ଆତଙ୍କି ଆକ୍ରମଣରେ…

Leave a comment

Your email address will not be published.