Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଯାଜପୁରରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲାପାଳ

938 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲାପାଳ ରଞ୍ଜନ କୁମାର ଦାସ। ଆଜି ବଢ଼ିଭୋରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସିଥିବା ଲୋକେ ବାଇକ ନେଇ ଆସିଥିବା ବେଳେ ସେହି ଗାଡିକୁ ଜବତ କରାଯାଇଛି । ଏଥିସହିତ ସେମାନଙ୍କୁ ତାଗିଦ ମଧ୍ୟ କରାଯାଇଛି । ସକାଳ ୬ରୁ ୧୦ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବାକୁ ଜିଲାପ୍ରଶାସନ ସମୟ ଧାର୍ଯ୍ୟ କରିଥିଲା । ଏଥିପାଇଁ କେବଳ ସାଇଲେକରେ କିମ୍ବା ପାଦରେ ଚାଲି ଚାଲିଆସି ବାକୁ ପରାମର୍ଶ ଦିଆଯାଥିଲା ।କିନ୍ତୁ ଏହାକୁ ଅମାନ୍ୟ କରି ବାଳାଶ୍ରମ ପଡିଆକୁ ପରିବା କିଣିବାକୁ ଆସିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଜିଲାପାଳଙ୍କ ସହିତ ଜିଲାର ବରିଷ୍ଠ ଅଧିକାରୀ ସାମିଲ ହୋଇ ଏହି ଅମାନିଆ ମାନଙ୍କୁ ସାବାଡ କରିଥିଲେ । କେବଳ ଯାଜପୁର ସହର ନୁହେଁ ସମଗ୍ର ଯାଜପୁର ଜିଲାରେ ଏଭଳି ଦୃଢ଼ ପଦକ୍ଷେପ ନେଇଛି ଜିଲାପ୍ରଶାସନ ।

ସେହିପରି ଯାଜପୁର ସଦରମହକୁମାର ବିଭିନ୍ନ ରାସ୍ତାକଡରେ ଦୋକାନ ଖୋଲିଥିବା ବ୍ୟବସାୟୀଙ୍କୁ ବାରମ୍ବାର ରାସ୍ତା ଅବରୋଧ ନକରିବାକୁ ତାଗିଦ କରାଯାଇଥିଲେ ମଧ୍ୟ ମନୁ ନଥିଲେ । ସେମାନଙ୍କୁ ମଧ୍ୟ ସାବାଡ କରିଛନ୍ତି ଜିଲାପାଳ । ଏହି ଅବସରରେ ଅତିରିକ୍ତ ଜିଲାପାଳ ମିହିର କୁମାର ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଉପସ୍ଥିତ ରହି ଗାଡି ଗୁଡିକ ଜବତ କରିବା ସହ ଲୋକ ମାନଙ୍କୁ ସରକାରଙ୍କ ସମସ୍ତ ଲକ ଡ଼ାଉନ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ ।

ସେପଟେ ଯାଜପୁର ଜିଲ୍ଲାରେ ଲକ ଡାଉନ ନିୟମ ଉଲଂଘନ କରି ବିଭିନ୍ନ ଥାନା ଦ୍ୱାରା ମୋଟ ୩୦୨ ଟି ବାଇକ ଜବତ ହୋଇଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଏସ ପି ଚରଣ ସିଂ ମିନା ଏକ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏଥି ସହ ନିଜ ଘରେ ରହି ସମୟ କାଟି ପ୍ରଶାସନର ନିୟମ ମାନିବାକୁ ଏସପି ଜିଲାଵାସୀଙ୍କୁ ନିବେଦନ କରିଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ଅନୁଗୋଳ ଷ୍ଟାଡିୟମଠାରେ ୭୧ତମ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ

Posted by - January 26, 2020 0
ଅନୁଗୋଳ -(ମହେଶ ଭୋମରାଜ) ଅନୁଗୋଳ ଷ୍ଟାଡିୟମଠାରେ ୭୧ତମ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ , ଶ୍ରମ ଓ କର୍ମଚାରୀ…

ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନାଂଚଳ ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ । ଏକ ବିଲରୁ ହାତୀର ମୃତ…

ଚାଷୀଙ୍କ ବକେୟା ଟଙ୍କା ପାଇବା ଦାବିରେ ଜିଲାପାଳଙ୍କୁ ଦାବିପତ୍ର  

Posted by - May 1, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଚାଷୀଙ୍କ ବକେୟା ଟଙ୍କା ପାଇବା ଦାବିରେ ଜିଲାପାଳଙ୍କୁ ଦାବିପତ୍ର  । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଛତ୍ରପଡା ସେବା ସମବାୟ ସମିତି ଅଧୀନରେ…

ଜିନ୍ଦାଲ ଷ୍ଟିଲ ୱାର୍କ ର ଜମି ଅଧିଗ୍ରହଣ ବେଳେ ଢିଙ୍କିଆରେ ପୁଲିସର ନିସ୍ତୁକ ଲାଠିମାଡ଼

Posted by - January 14, 2022 0
ଭୁବନେଶ୍ବର :ଜେ.ଏସ.ଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଅଭିଯୋଗ କରିଛନ୍ତି ଚାଷୀ। ଏନେଇ ଛୋଟ ଛୋଟ ପିଲାଙ୍କୁ ଧରି ଶତାଧିକ ଗ୍ରାମବାସୀ ପ୍ରକଳ୍ପ ନିକଟକୁ…

ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ପ୍ରଶଂସା ପତ୍ର

Posted by - January 2, 2020 0
ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଁ ଓଡ଼ିଶାକୁ ୫ମ ଥର ପାଇଁ ‘କୃଷି କର୍ମଣ’ ପୁରସ୍କାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ କୃଷିମନ୍ତ୍ରୀ…

Leave a comment

Your email address will not be published.