ଭୁବନେଶ୍ୱର: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ ।କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ସୋମବାର ଚିହ୍ନଟ ହୋଇଛନ୍ତି। ଆଳି ଅଞ୍ଚଳର ଏହି ଚିହ୍ନଟ ବ୍ୟକ୍ତିଙ୍କୁ ଜିଲା ପ୍ରଶାସନ ସହାୟତାରେ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ସୋମବାର ରାତିରୁ ଆଳିର ଉକ୍ତ ଗ୍ରାମକୁ ସିଲ କରାଯାଇଥିଲା।
ତେବେ ମଙ୍ଗଳବାର ସକାଳୁ ଗ୍ରାମର ୩ କିମି ପରିଧି ମଧ୍ୟରେ ଥିବା ୧୧ଟି ଗାଁକୁ ସିଲ୍ କରାଯାଇଛି।ତାଙ୍କ ଗାଁର ୩ କିଲୋମିଟର ପରିଧି ଭିତରେ ଥିବା ୧୨ଟି ଗାଁକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସିଲ୍ କରାଯାଇଛି। ପ୍ରଶାସନ ସିଲ କରିଥିବା ବେଳେ ଗାଁରେ ସାନିଟାଇଜେସନ୍ କାମ ଆରମ୍ଭ ହୋଇଛି। ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବ ସହ ସିଲ ହୋଇଥିବା ଗାଁ ରେ ଘର ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ୍ ଯାଞ୍ଚ କରିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।