Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ପୋଲିସ ଭ୍ୟାନ ସହ ଟ୍ରକ୍ ମୁହାଁମୁହିଁ ଧକ୍କା,୭ ଗୁରୁତର

774 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଗୋଟିଏ ପଟେ ଲକ ଡାଉନକୁ ସଫଳ କରିବା ପାଇଁ ପୋଲିସ କର୍ମଚାରୀମାନେ ଦିନ ରାତି ଏକ କରିଥିବା ବେଳେ ଏହି ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ଏକ ପୋଲିସ ଭ୍ୟାନ ସହ ଟ୍ରକର ମୁହାଁମୁହିଁ ଧକ୍କା ।

ଫଳରେ ଏଥିରେ ଥିବା ୫ଜଣ ପୋଲିସ କର୍ମଚାରୀ ଓ ଉଭୟ ଗାଡିର ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ମୁତାବକ, କଟକ ଚୈାଦ୍ୱାର ରୁ କଏଦୀକୁ ନେଇ ଏହି ପୋଲିସ ଭ୍ୟାନ ବାଲେଶ୍ୱର ଅଭିମୁଖେ ଯାଉଥିଲା । ଜିଲ୍ଲାରେ ସଟ ଡାଉନ ଜାରି ହୋଇଥିବା ବେଳେ ରାସ୍ତା ଖାଲି ଥିବା ସତ୍ୱେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପୋଲିସ ଭ୍ୟାନରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସମେତ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଉଭୟ ଗାଡିର ଡ୍ରାଇଭର ଓ ଟ୍ରକ ହେଲପର ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଧର୍ମଶାଳା ପୋଲିସ ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରିଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ୩ଟି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ କଟକ
ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ରାସ୍ତା ଖାଲି ଥିବା ବେଳେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା କାରଣ ସ୍ପଷ୍ଟ ଜଣାପଡିନାହିଁ ।

Facebook Notice for EU! You need to login to view and post FB Comments!

Related Post

ଶିକ୍ଷା ରଥ ମାଧ୍ୟମରେ ସଚେତନତା ଅଭିଯାନ ର ଶୁଭାରମ୍ଭ

Posted by - December 24, 2021 0
କୁଡୁମୁଲୁ ଗୁମ୍ମା :(ଅବଦୁଲ ଗନି)ଗୁରୁବାର ସ୍ଥାନୀୟ ଡିଡାଇ ଉନ୍ନୟନ କାର୍ଯ୍ଯଳୟ ପରିସରରେ ୟୁନିସେଫ୍ ସହାୟତାରେ ସ୍ବେଚ୍ଛାସେବୀ ସଙ୍ଗଠନ ପରିବର୍ତ୍ତନ ସ°ସ୍ଥା ଦ୍ବାରା ଦୁଇଟି ଶିକ୍ଷା ର ବାର୍ତ୍ତା…

ଫକିର ମୋହନ ବିଶ୍ବବିଦ୍ୟାଳୟର ପରିସରରେ ଭାଲୁ ଆତଙ୍କ,ଆକ୍ରମଣ ରେ ୫ ଗୁରୁତର

Posted by - February 2, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ଫକୀର ମୋହନ ବିଶ୍ବବିଦ୍ୟାଳୟର ପରିସରରେ, ଭାଲୁ ଆତଙ୍କ । ଆକ୍ରମଣ ରେ ୫ ଗୁରୁତର । ସୂଚନା ରୁ ଜଣାପଡିଛି – ଜାମବଣୀ ଗାଆଁ ର…

Leave a comment

Your email address will not be published.