ଭୁବନେଶ୍ବର:ଯାଜପୁର ଜିଲ୍ଲା ଅନ୍ତର୍ଗତ ରସୁଲପୁର ବ୍ଲକର ବ୍ରହ୍ମବରଦାକୁ ସିଲ୍ କରାଯାଇଛି। ବ୍ରହ୍ମବରଦାର ୩ କିଲୋମିଟର ପରିଧି ଭିତରେ ଚଳାଚଳ ବନ୍ଦ ଲାଗି ନିର୍ଦେଶ ଦିଆଯାଇଛି।ଯାଜପୁର ସହର ଓ ବିଭିନ୍ନ ଗାଁକୁ ଆଜି ସଟଡାଉନ କରାଯାଇଛି । ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳକୁ ସଟଡାଉନ କଲା ଜିଲ୍ଲା ପ୍ରଶାସନ । ଆଜି ରାତି ୮ଟାରୁ ସୋମବାର ରାତି ୮ଟା ଯାଏଁ ସଟଡାଉନ ଜାରି ରହିବ ।
ଯାଜପୁର ସହର ସମେତ ବିଭିନ୍ନ ଗାଁକୁ ମଧ୍ୟ ୪୮ ଘଣ୍ଟିଆ ସଟଡାଉନ ଅନ୍ତର୍ଭୁକ୍ତ କରାଯାଇଛି ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ଚାରିଲଙ୍ଗଳ, ନେଉଳପୁର ସମେତ ପ୍ରତି ବ୍ଲକ ମୁଖ୍ୟାଳୟ ଅଞ୍ଚଳ ସଟଡାଉନ କରିଛି ପ୍ରଶାସନ । କରୋନା ମୁକାବିଲା ସହ ସଂକ୍ରମଣ ରୋକିବାକୁ ଏହି ପଦକ୍ଷେପ ନେଇଛି ପ୍ରଶାସନ ।ତେବେ କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ଓଏମ୍ସି ପରିବହନକୁ ଆଜି ସକାଳୁ ସ୍ଥାନୀୟ ଗ୍ରାମବାସୀ ବନ୍ଦ କରିବା ସହ କରୋନା ରୋଗର ବାହକ ନ ସାଜିବାକୁ ଅନୁରୋଧ କରିଛନ୍ତି। ଏହାକୁ ନେଇ ପ୍ରଶାସନ ସହ ଓଏମ୍ସି ଅଧିକାରୀ କାଠି ପ୍ରଧାନଙ୍କ ଆଲୋଚନା ପରେ ପରିବହନ ବନ୍ଦ କରିଥିବା ଜଣାପଡ଼ିଛି.
If you should be able to uncover an online casino that gives this principle then you definitely may have a much better
chance to beat your house and acquire.