ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଭୟଭୀତ ହାଇପଡ଼ିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଟ୍ବିଟ୍ କରି ଜଣାଇଛନ୍ତି ଯେ ସବୁ ସଂକ୍ରମିତ ଭୁବନେଶ୍ୱରର କଣ୍ଟେନମେଣ୍ଟ ଅଞ୍ଚଳର । ଏଠାରୁ କେହି ବାହାରକୁ ନଯାଇ ଲକଡାଉନ ନିୟମକୁ ସମ୍ମାନ ଦେବାକୁ ସେ ନିବେଦନ କରିଛନ୍ତି।ଅପର ପକ୍ଷରେ କରୋନା ବା କୋଭିଡ୍- ୧୯ ବିରୋଧରେ ଜାରି ରହିଥିବା ସଂଗ୍ରାମରେ କାର୍ଯ୍ୟରତ ହଜାର ହଜାର ପୋଲିସ୍ କର୍ମଚାରୀଙ୍କୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
#COVID19 ବିରୋଧରେ ଆମର ସଂଗ୍ରାମରେ ହଜାର ହଜାର ପୋଲିସ କର୍ମଚାରୀ ବ୍ୟକ୍ତିଗତ ଓ ପାରିବାରିକ ବଳିଦାନ ଦେଉଛନ୍ତି। ଘରେ ରହି ଏବଂ ସାମାଜିକ ଦୂରତା ବଜାୟ ରଖି ଆସନ୍ତୁ ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇବା। ନିଜର ତଥା ସମାଜର ଭଲ ପାଇଁ ଲକଡାଉନ ପାଳନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରୁଛି। #OdishaFightsCorona pic.twitter.com/TwOwUbR17f
— Naveen Patnaik (@Naveen_Odisha) April 6, 2020
Get one of these hyper-turbo someday on Full Tilt; they’re
exciting and just might add to your poker bankroll in very short-order.