ଭୁବନେଶ୍ୱର ୦୬।୦୪: ଭୁବନେଶ୍ବରରେ କରୋନା ସଂକ୍ରମଣ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି । ଭୁବନେଶ୍ୱରରେ ପ୍ରାୟ ୩୦ଟି ସକ୍ରିୟ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂର୍ଯ୍ୟ ନଗର ଏବଂ ବମିଖାଲରେ ନିଶ୍ଚିତ ହୋଇଥିବା ପ୍ରଥମ ମାମଲା ସହିତ ଜଡ଼ିତ । ବମିଖାଲର ପ୍ରାୟ ସମସ୍ତ ମାମଲା ଗୋଟିଏ ପରିବାରର ବୋଲି ଜଣାପଡିଛି । ଉଭୟ ବମିଖାଲ ଓ ସୂର୍ଯ୍ୟ ନଗରକୁ ସିଲ୍ କରି ସର୍ଭେଲାନ୍ସରେ ରଖାଯାଇଛି ।ଟୁଇଟ୍ କରି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲେଖିଛି ଯେ ଭୁବନେଶ୍ୱରେ ପ୍ରାୟ ୩୦ଟି ସକ୍ରିୟ କୋଭିଡ୍-୧୯ ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ବମିଖାଲର ପ୍ରାୟ ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର । ଉଭୟ ଅଞ୍ଚଳକୁ ସିଲ୍ କରାଯାଇ ସକ୍ରିୟ ସର୍ଭିଲେନସରେ ରଖାଯାଇଛି ।
୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କର ଭୁବନେଶ୍ୱରର ସୂର୍ଯ୍ୟନଗରରେ ପ୍ରଥମ ଚିହ୍ନଟ ହୋଇଥିବା ବ୍ୟକ୍ତି ଏବଂ ବମିଖାଲରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଛି । ବମିଖାଲରେ ଚିହ୍ନଟ ହୋଇଥିବା ପ୍ରାୟ ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର ବୋଲି ଜଣାପଡିଛି । ଗତକାଲି ଅପରାହ୍ଣରେ ପ୍ରଥମେ ଭୁବନେଶ୍ୱରରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଥିଲା।କପିଳପ୍ରସାଦ ହାଉସିଂ ବୋର୍ଡ ଫେଜ୍-୨ର ଜଣେ ୭୦ ବର୍ଷୀୟ ବୃଦ୍ଧ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲେ॥ ସେ ଗତ ମାସରେ ଅଷ୍ଟ୍ରେଲିଆରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିଲେ। ଏଥିସହ ବମିଖାଲ ଅଞ୍ଚଳର ଜଣେ ୨୯ ବର୍ଷୀୟ ଯୁବକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।
Bhubaneshwar has about 30 active COVID positive cases. Most of them are linked to the first cases confirmed in Surya Nagar and Bomikhal. Almost all cases of Bomikhal are from one family. Both the clusters sealed and put under active surveillance. No need to panic @CMO_Odisha
— H & FW Dept Odisha (@HFWOdisha) April 6, 2020