ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ସମାଜସେବା ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବସ୍ତିରେ କୋରୋନା ସହାୟତା ପ୍ରଦାନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ବସୁବନ୍ଧୁ ଦାସ ଏବଂ ରୋଟାରିଆନ ଗିରିଶ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଅଂଚଳରେ ବୁଲି ବୁଲି ଶୁଖିଲା ଖାଦ୍ୟ, ସାବୁନ, ମାସ୍କ ଆଦି ବଂଟନ କରିଥିଲେ ।
ଏଥିସହିତ ପ୍ରତ୍ୟେକଙ୍କୁ ହାତ ଧୋଇବାର କୌଶଳ ଶିଖାଇବା ସହିତ ପରିସ୍କାର ଓ ପରିଚ୍ଛନ୍ନ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଭଳି କାର୍ଯ୍ୟକ୍ରମରେ ସୂର୍ଯ୍ୟାଲୋକ ଅନୁଷ୍ଠାନ ର ଅସିତ ଅଂଶୁମାନ ରାଉତରାୟ, ଲୋକନାଥ ସାହୁ, ମହେଶ୍ୱର ନାଥ ଓ ମନୋଜ ବେହେରା ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ବଣ୍ଟନ ସହ ସଚେତନ କରାଇଥିଲେ । ଅନୁଷ୍ଠାନର ଏପରି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରସଂଶା କରାଯାଇଛି ।