ଭୁବନେଶ୍ୱର:ରାଜ୍ୟର ପଞ୍ଚମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରା ଙ୍କ ଟ୍ରାଭେଲ ତଥ୍ୟ ପ୍ରକାଶ କଲେ ରାଜ୍ୟ ସରକାର,ସେ ମାର୍ଚ୍ଚ ୫ ତାରିଖରେ ପ୍ରଦୀପ ସୂର୍ଯ୍ୟନଗର ମହାଶକ୍ତି କ୍ଲିନିକ୍ ଯାଇଥିଲେ। ମାର୍ଚ୍ଚ ୧୨ ତାରିଖରେରେ ସେ ପୁଣି ଥରେ ସେହି କ୍ଲିନିକକୁ ଯାଇଥିଲେ। ମାର୍ଚ୍ଚ ୨୭ ତରିଖ ଅପରାହ୍ନରେ ସେ ସମ୍ ହସ୍ପିଟାଲ OPD ଯାଇଥିଲେ। ମାର୍ଚ୍ଚ ୨୮ ତାରିଖରେ ଏମ୍ସ OPD ଯାଇ ଘରକୁ ଫେରିଥିଲେ।ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦୀପ୍ତ ଦଳବେହେରା ଙ୍କ ଟ୍ରାଭେଲ ତଥ୍ୟ ପ୍ରକାଶ କରାଯାଇଛି।
ଗତକାଲି ଓଡ଼ିଶାର ପଞ୍ଚମ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା ଏବଂ ତାଙ୍କ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଜି ସବିଶେଷ ସୂଚନା ଦିଆଯାଇଛି। ସେ ସର୍ଦ୍ଦି ଓ କାଶରେ ପୀଡିତ ଥିଲେ, ପରବର୍ତ୍ତୀ ସମୟରେ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହେବାରୁ ଏମ୍ସରେ ଆଡମିଟ୍ ହୋଇଥିଲେ। #OdishaFightsCorona pic.twitter.com/UtwxjQPdtH
— H & FW Dept Odisha (@HFWOdisha) April 2, 2020
Facebook Notice for EU!
You need to login to view and post FB Comments!