ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ସହର ବୈତରଣି ନଦି କୂଳରେ ରଘୁନାଥ ମନ୍ଦିର ରହିଛି। ପୁରାଣ ଅନୁସାରେ ପବିତ୍ର ରାମନବମୀ ଦିନ ପ୍ରଭୁଙ୍କ ଜନ୍ମ ଦିନ ପାଳନ କରାଯାଏ । ଏହି ଦିନ ଭୋର ଚାରିଟାରେ ପୂଜକ ପ୍ରଥମେ ଠାକୁରଙ୍କୁ ସ୍ନାନ କରନ୍ତି। ଏହାପରେ ପଞ୍ଚମ ଉପଚାର ପୂଜା କରାଯାଏ । ଏହାର ଠିକ୍ ପରେ ପରେ ପୁଣିଥରେ ପ୍ରଭୁ ରଘୁନାଥଙ୍କର ସ୍ନାନ କରାଯାଏ ।ଏବଂ ଷୋଡ଼ଶ ଉପଚାର ପୂଜା କରାଯାଏ । ପରେ ପରେ ସମସ୍ତ ରୀତି ନୀତି ଅନୁସାରେ ହୋମ ,ଆଳତି,ପାଞ୍ଜି ପାଠ ଓ ନିର୍ଦ୍ଧାରିତ ନୀତିକ୍ରାନ୍ତି କରାଯାଏ।
ଏହି ବର୍ଷ ଦେଶ ଓ ରାଜ୍ୟ ପାଇଁ ଭଲ ନା ଖରାପ ତାହା ଦୋଳ ପୂର୍ଣ୍ଣିମାରେ ପ୍ରସ୍ତୁତ ହୋଇଥିବା ପାଞ୍ଜି ରଘୁନାଥଙ୍କ ଜନ୍ମଦିନ ଅବସରରେ ପାଠ କରାଯାଏ । ଯେଉଁଥିରୁ ଭକ୍ତମାନେ ଆସନ୍ତାକାଲିର ଦିନ ବିଷୟରେ ଜାଣିପାରନ୍ତି । ରଘୁନାଥ ମନ୍ଦିରର ପୂଜକ ଜଗନ୍ନାଥ ପାଣି କୁହନ୍ତି ଯେ ପ୍ରଭୁ ରଘୁନାଥଙ୍କର ଜନ୍ମଦିନ ଦିନ ଭକ୍ତ ପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ତାଙ୍କର ଅନ୍ୟ ନାମ ରଘୁନାଥ ହୋଇଥିବାରୁ ରାମନବମୀ ଦିନ ତାଙ୍କର ଜନ୍ମଦିନ ପାଳନ କରାଯାଏ
ଯାଜପୁରର ଏହି ପୁରୁଣା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଯେଉଁମାନେ ମାନସିକ କରନ୍ତି ତାହା ପୂରଣ ହୁଏ ବୋଲି ଲୋକ ବିଶ୍ୱାସ କରନ୍ତି। ବୈତରଣି ନଦୀ କୂଳରେ ଏହି ପୁରୁଣା ମନ୍ଦିରର ରକ୍ଷଣା ବେକ୍ଷଣା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନିୟ ଲୋକେ ଦାବି କରିଛନ୍ତି। କାରଣ ଅବତାର ପୁରୁଷ ହେଉଛନ୍ତି ରାମଚନ୍ଦ୍ର । ସେ କେଉଁଠି ରାମ ରୂପରେ ତ ଆଉ କେଉଁଠି ରଘୁନାଥ ରୂପରେ ପୂଜା ପାଉଛନ୍ତି। ଏବେ କରୋନା ପ୍ରଭାବରେ ସାରା ଦେଶ ଲକ୍ ଡାଉନ। ଏହି ସମୟରେ ରଘୁନାଥ ମନ୍ଦିରରେ ରାମ ନାବମୀ ପାଳନ ହୋଇଥିଲେ ମଧ୍ୟ ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବା ମନା ଥିଲା।
Third, Ezekiel says of a rigorous limit to profit, for the likes of Noah, Daniel, and Occupation.