ଭୁବନେଶ୍ୱର:ରାଜ୍ୟ ର ସର୍ବ ପୁରାତନ ସାମ୍ବାଦିକ ସଙ୍ଘ ଭାବେ ସରକାରୀ ସ୍ୱୀକୃତି ପ୍ରାପ୍ତ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଯାଜପୁର ଜିଲ୍ଲା ସଭାପତି ହରି ହର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଏକ ପ୍ରତିନିଧି ଦଳଜିଲ୍ଲାପାଳ ରଂଜନ କୁମାର ଦାସ ଙ୍କୁ ଏକ ଦାବି ପତ୍ର ଦିଆଯାଇଛି।ଯାଜପୁର ଜିଲ୍ଲା ମଧ୍ୟରେ ବିଭିନ୍ନ ସମ୍ବେଦନ ମୂଳକ ପରିସ୍ଥିତି ଓ ଜରୁରୀ ଆବଶ୍ୟକତା ସମୟ ରେ ଆମ୍ଭେ ନିରବଚ୍ଛିନ୍ନ ଉଚାହପଦ ସେବା ପ୍ରଦାନ କରିଆସୁଛନ୍ତି। ସମ୍ପ୍ରତି ମହାମାରୀ କରନା କୁ ନେଇ ସାରା ବିଶ୍ୱ ଦେଶ ରାଜ୍ୟ ଓ ରାଜ୍ୟସରକାର ବେଶ ଚିତିନ୍ତ ଥିବା ବେଳେ ସାମ୍ବାଦିକ ଆବେଗ ଦାଇତ୍ୱ ଓ କର୍ତ୍ତବ୍ୟ ବୋଧ ବଡିଯାଇଛି ଏଭଳି ପରିସ୍ଥିତିରେ ସାମ୍ବାଦିକ ମାନେ ଜୀବନ ଓ ଜୀବିକା କୁ ବିପର୍ଣ୍ଣ କରି ସାଧାରଣ ଲୋକଙ୍କ ସେବା ରେ ଅଛନ୍ତି।ତେଣୁ ଏ କ୍ଷେତ୍ରରେ ନିଃସ୍ୱାର୍ଥପର ଭାବେ ସେବା କରିଆସୁଥିବା ପେଷାଦାର ସାମ୍ବାଦିକ ମାନଙ୍କୁ ସରକାରୀ ଯୋଜନାରେ ତାଲିକା ଭୁକ୍ତ କରିବା ପାଇଁ ବିଶେଷ ଅନୁରୋଧ କରି ପଚାଶ ଲକ୍ଷ ଟଙ୍କା ର ଜୀବନ ବୀମା ଓ lock down ସମୟରେ ମାସକୁ ଦଶ ହଜାର ଟଙ୍କା ଲେଖାଏଁ ପ୍ରୋଛାହନ ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି
ଏହି କାର୍ଯ୍ୟକ୍ରମ ରେ ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ର ସାଧାରଣ ସମ୍ପାଦକ ରବିନାରାୟଣ କର ,ରାଜ୍ୟ କାର୍ଯ୍ୟକାରୀ ସଭାପତି ହରାଧାନ ବାନାର୍ଜୀ, ଉପସଭାପତି ପୀତବାସ ଭୁଇଁଆ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସଞ୍ଜୟ ଖଣ୍ଡାଇ ,ଜିଲ୍ଲା ଉପସଭାପତି ପୀତବାସ ଭୁଇଁଆ, ପ୍ରିୟ ରଂଜନ କର ପ୍ରମୁଖ ଉପସ୍ଥିତ ଥିଲେ
ସେହିପରି ସଙ୍ଘ ପକ୍ଷରୁ ସୁନ୍ଦରିମୁହଁ ଠାରେ ବସ୍ତି ବାସିନ୍ଦା ଙ୍କୁ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଓସମାଜସେବୀ ପାର୍ଥସରଥୀ ବିଶ୍ଵାଳ ଙ୍କ ପକ୍ଷରୁ ଗରୀବ ଲୋକଙ୍କୁ ଚାଉଳ ଆଳୁ ଡାଲି ପିଆଜ ତେଲ ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯାଇଛି