ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ ଧର୍ମୀୟ ସଭାରୁ ଫେରିଥିବା ଆଉ ୨ ଜଣଙ୍କୁ ଓଡ଼ିଶାରୁ ଚିହ୍ନଟ କରାଯାଇଛି। ଗତକାଲି କେନ୍ଦ୍ରାପଡାରୁ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣଙ୍କୁ ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଠାବ କରାଯାଇଥିଲା ଓଡ଼ିଶା ଫେରିଥିବା ୨୦ ଜଣଙ୍କ କୋଭିଡ୍ -୧୯ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହି ୧୫ ଜଣଙ୍କ ମଧ୍ୟରୁ ରାଉରକେଲାରୁ ୧୨ ଜଣ , କେନ୍ଦ୍ରାପଡାର ଜଣେ, କଟକର ଜଣେ ଓ ଗଞ୍ଜାମର ଜଣେ ବୋଲି ଜଣା ପଡିଛି । ବାକି ୫ଟି ରିପୋର୍ଟ ହସ୍ତଗତ ହୋଇନଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଜଣାଇଛି ।।ସୂଚନା ଓ ଲୋକସଂପର୍କ ବିଭାଗ ଏନେଇ ସୂଚନା ଦେଇଛି ।
ଆଜି ପୁଣି ଯାଜପୁର ଜିଲ୍ଲାରୁ ଆଜି ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।ଦୁଇ ଜଣଙ୍କ ମଧ୍ୟରୁ ଜଣେ ରସୁଲପୁରର ଏବଂ ଅନ୍ୟଜଣେ ଧର୍ମଶାଳା ବ୍ଲକର ବୋଲି ଜଣାପଡ଼ିଛି। ସମସ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସଂକ୍ରମଣ ବଢ଼ିଯିବା ଆଶଙ୍କାରେ ଜିଲ୍ଲାର ଚାରିପାଖରୁ ସିଲ୍ କରି ଦିଆଯାଇଛି।