ଭୁବନେଶ୍ବର୧/୪:ଆଜି ଭୁବନେଶ୍ବର ଏମ୍ସ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ଦ୍ବିତୀୟ କରୋନା ରୋଗୀ। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଛି। ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।ବ୍ରିଟେନରୁ ଫେରିଥିବା ଭୁବନେଶ୍ୱର ଯୁବକଙ୍କ ସ୍ୱାବ ନମୁନା ଗତ ମାର୍ଚ୍ଚ ୧୯ରେ ପଜିଟିଭ ଆସିଥିଲା । ଏହା ପରେ ତାଙ୍କୁ ହସ୍ପିଟାଲର ଆଇସୋଲେସନରେ ରଖାଯାଇଥିଲା । ସଂପୃକ୍ତ ଯୁବକଙ୍କର ବାରମ୍ବାର ସ୍ୱାବ ନମୁନା ପରୀକ୍ଷା କରାଯାଉଥିଲା । ଆଜି ପୁଣି ନମୁନା ନେଭେଟିଭ ଆସିବା ପରେ ତାଙ୍କୁ ସୁସ୍ଥ ଘୋଷଣା କରି ଘରକୁ ପଠାଇବା ନିଷ୍ପତ୍ତି ହୋଇଥିଲା । ଦ୍ୱିତୀୟ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ପରେ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।
The second COVID-19 positive case in Odisha, belonging to Bhubaneswar has completely recovered and tested negative for Covid. He is being discharged.
— H & FW Dept Odisha (@HFWOdisha) April 1, 2020