Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ମା ବୁଢିବାସୁଳାଇ ନାଟ୍ୟସାଂସଦ ତରଫରୁ ଆଶହାୟା ଲୋକମାନଙ୍କୁ ଖାଦ୍ୟ ବଣ୍ଟନ

280 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) କୋରୋନା ମହାମାରୀ ପାଇଁ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଆମ ଦେଶରେ ଚାଲିଛି ଏକୋଇଶ ଦିନିଆ ଲକଡାଉନ । ଏହି ଲକଡାଉନ ସମୟରେ ମୁଖ୍ୟତଃ ଗରିବ , ଅସହାୟା ଶ୍ରେଣୀର ଲୋକ ଓ ନିଶହାୟ ଲୋକଙ୍କ ପାଇଁ ସୃଷ୍ଟି ହେଇଛି ଖାଦ୍ୟର ସମସ୍ୟା । ସରକାର ପୁରା ଦମରେ ଲାଗିଛନ୍ତି ଏହି ବ୍ୟକ୍ତି ମାନଙ୍କ ଖାଦ୍ୟର ସମସ୍ୟା ଦୂର କରିବା ପାଇଁ । ଏଥି ସହିତ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ , ବଦାନ୍ୟ ବ୍ୟକ୍ତି ମାନେ ମଧ୍ୟ ନିଜ ତରଫରୁ ବିଭିନ୍ନ ପ୍ରକାର ସାହାଯ୍ୟ ଓ ସହଯୋଗ ଗରିବ ମାନଙ୍କୁ କରୁଥିବାର ଦେଖା ଯାଉଛି ।ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାର ରେ ।

ମା ବୁଢିବାସୁଳାଇ ନାଟ୍ୟସାଂସଦ ତରଫରୁ ପ୍ରଥଦିନ ଆଶହାୟା ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା ବେଳେ 2ୟ ଦିନ ଠୁ ଏହି କାର୍ଯ୍ୟକ୍ରମ କୁ ଲଷ୍ମୀନାରାୟଣ ପୂଜା କମିଟି କୁଆଖିଆ ର ସଦସ୍ୟ ହାତକୁ ନେଇଛନ୍ତି ଯେଉଁମାନେ ଖାଦ୍ୟ ଅଭାବରେ ବିନକୁ 2ମୁଠା ଖାଇବାକୁ ଠିକରେ ପାଉନାହାନ୍ତି ସେହି ପରିଲୋକ ମାନଙ୍କୁ ପୂଜାକମିଟି ର ସଦସ୍ୟ ମାନେ ସାହାଯ୍ୟର ହାତ ବଢ଼ାଇଛନ୍ତି । ଯଥା ଦିନ ମଜୁରିଆ , ନିରାଶ୍ରୟ ,ବିକୃତ ମତିଷ୍କ , ଭିକାରି , ଅନାଥ ଶିଶୁ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା ନଜରକୁ ଆସିଥିଲା ।

ଏହା ନିମନ୍ତେ କୁଆଖିଆ ବଜାରରେ ଥିବା ସର୍ବପୁରାତନ ପୂଜାନୁଷ୍ଠାନ ଲଷ୍ମୀନାରାୟନ ପୂଜା କମିଟି ସହ ଏକାଧିକ ସେଛାସେବି ସଦସ୍ୟ ମାନେ କୁଆଖିଆ ମେଳଣ ପଡିଆ , ତାରିଣୀ ମନ୍ଦିର ସମୁଖ ପଡିଆ , ରସୁଲପୁର ବ୍ଲକ ପଡିଆ ରେ ପାଖା ପକ୍ଷୀ 250ରୁ ଉର୍ଦ୍ଧ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବା ନଜରକୁ ଆସିଥିଲା । ଏହା 5ଦିନ ହେଲେ ଏହି କାର୍ଯ୍ୟକ୍ରମ ଚାଲିଛି ବୋଲି ପୂଜା କମିଟିର ସମ୍ପାଦକ ନରାୟଣ ଚନ୍ଦ୍ର ମହାପାତ୍ର କହିଛନ୍ତି , ସଭାପତି ମନୋଜ କୁମାର ସ୍ୱାଇଁ , ସତ୍ୟବ୍ରତ ସାହାଣୀ (ଟେରୁ) ଓରାଳି ମଠ ର ମହନ୍ତ ହେମନ୍ତ ବାବା , ଅଚ୍ୟୁତା ନନ୍ଦ ସାହୁ , ପତାମ୍ବର ସାମଲ ,ଗତିକୃଷ୍ଣ ମହାନ୍ତି ତଥା ସ୍ଥାନିଅ ଯୁବକ ମାନେ ସହଯୋଗ ର ହାତ ବଢାଇଥିଲେ ।

Facebook Notice for EU! You need to login to view and post FB Comments!

Related Post

ଟିଟିଲାଗଡ ବ୍ଲକ ଇଚ ଗାଁରେ ଅବକାରୀ ଚଢ଼ାଉ, ୨୧ କେଜି ଗଞ୍ଜେଇ ସହ ନଗଦ ୧୩ ଲକ୍ଷ ଟଙ୍କା ସହ ବୈଷ୍ଣବ ସାହୁ ଗିରଫ

Posted by - April 25, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ)  ଗଞ୍ଜେଇ ଚୋରାଚାଲାଣର ହୋଲସେଲର ତଥା ମାଷ୍ଟର ମାଇଣ୍ଡ ଟିଟିଲାଗଡ ବ୍ଲକ ଇଚ ଗାଁ ରେ ଅବକାରୀ ସ୍ପେଶିଆଲ ସ୍କ୍ୱାର୍ଡର ଚଢ଼ାଉ,…

କୁସୁମଝର ଜଳଭଣ୍ଡାର ମଧ୍ୟରେ ମକ ଡ୍ରିଲ ଅନୁଷ୍ଠିତ

Posted by - December 14, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ସମଗ୍ର ଦେଶରେ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଜାଦିକା ଅମୃତ ମୋହ ଉଛବ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଲକର ଅଗ୍ନିପୁର…

ଭବାନୀପାଟଣା ଅର୍ବାନ ପି ଏଚ ସି କାୟାକଳ୍ପ ପୁରସ୍କାର ବିଜେତା, ପରିଚାଳନା କରୁଛି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ

Posted by - March 31, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ପରିଚାଳିତ ଭବାନୀପାଟଣା ଅର୍ବାନ ପି ଏଚ ସି…

ଜନସଂଖ୍ୟା ଆଇନ ପ୍ରଣୟନ ଦାବୀ ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

Posted by - December 24, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଦେଶରେ ଏକ ଦୃଢ ଜନସଂଖ୍ୟା ଆଇନ ପ୍ରଣୟନ ଦାବୀ ରେ ଜିଲ୍ଲା ସଭାପତି ଶ୍ରୀ କେଦାର…

Leave a comment

Your email address will not be published.