ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ କୋରୋନା ମୁକାବିଲା ପାଇଁ କଳିଙ୍ଗନଗର ରେ ଥିବା ଟାଟା ମେଡିକାକର୍ତ୍ତୃପକ୍ଷ ଙ୍କ ସହ ଚୁକ୍ତିନାମା ସ୍ଵାକ୍ଷର କରିଛି।ଯାଜପୁର ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ଟାଟା ମେଡିକା ର ସୁପରିଟେଣ୍ଡେଣ୍ଟ ଡା ସୁଧାଂଶୁ ଶେଖର ସୁତାର ଉପସ୍ଥିତ ରହି ଡାକ୍ତର ଖାନାରେ ୧୦୦ଟି ଶଯ୍ୟା କୋରୋନା ଆକ୍ରାନ୍ତ ଙ୍କ ପାଇଁ ପ୍ରସ୍ତୁତ ରହିବ ବୋଲି ସୂଚନା ଦେଇଥିଲେ।
ଏଭଳି କାର୍ଯ୍ୟକ୍ରମ ରେ ଟାଟା ସହଯୋଗ କରିଥିବାରୁ ଜିଲାପାଳ ରଞ୍ଜନ କୁମାର ଦାସ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ,ସହକାରୀ ଜିଲାପାଳ କୁଳମଣି ନାୟକ ସମେତ ବିଭିନ ସରକାରୀ ଅଧିକାରୀ ଏବଂ ଟାଟା ମେଡିକା ର ଅଧିକାରୀମାନେ ଉପସ୍ଥିତ ଥିଲେ।
Facebook Notice for EU!
You need to login to view and post FB Comments!