ଭୁବନେଶ୍ବର: ଗତ ୧୩ ତାରିଖ ସନ୍ଧ୍ୟାରେ କଳିଙ୍ଗବିହାର ସମ୍ ହସ୍ପିଟାଲ ରାସ୍ତାରେ ଘାଟିକିଆ ଗାଁର ପ୍ରଶାନ୍ତ ରଥ ଲୁଟ୍ର ଶିକାର ହୋଇଥିଲେ। ବିପୁଲ୍ ଗାର୍ଡେନ୍ ଛକରେ ଏକ ନିଛାଟିଆ ସ୍ଥାନରେ ୩ଜଣ ତାଙ୍କୁ ଆକ୍ରମଣ କରି ତାଙ୍କ ବଜାଜ୍ ଡିସ୍କଭର୍ ବାଇକ୍କୁ ଲୁଟି ନେଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ଲୋକେ ରାସ୍ତାରେ ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାନ୍ଭିନ୍ କରି ପୁଲିସ ଏହି ଲୋକାଲ୍ ଗ୍ୟାଙ୍ଗ୍ ବାବଦରେ ସୂଚନା ପାଇଥିଲା।ଘାଟିକିଆର କିଷାନ୍ ମାଝୀ(୨୪), ଅଭୟ ଦେହୁରି(୨୨), ଅମିତ୍ ନାଏକ(୨୩), କେନ୍ଦୁଝର ହରିଚନ୍ଦନପୁର ନୂଆଗାଁର ଲୋକନାଥ ନାୟକ(୨୫) ଓ ଜଟଣୀ ରଘୁନାଥନଗରର ସତୀଶ ସୁବୁଦ୍ଧି(୨୮)। ଲୋକନାଥ ଏକ ଘରୋଇ ଇଂଜିନିୟରିଂ କଲେଜରୁ ବି.ଟେକ୍ ପାସ୍ ଆଉଟ୍ ଛାତ୍ର ଓ ସେ ହିଁ ଏହି ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ। ସତୀଶ ଏହି ଗ୍ୟାଙ୍ଗ୍ର ସଦସ୍ୟ ହୋଇନଥିଲେ ମଧ୍ୟ ଏମାନଙ୍କଠାରୁ ଏକ ଚୋରା ବୁଲେଟ୍ କିଣି ଗିରଫ ହୋଇଛି। ପୁଲିସ ଏମାନଙ୍କଠାରୁ ୨ଟି ବାଇକ୍ ଓ ଗୋଟିଏ ଟାଟା ଏସି ଗାଡ଼ି ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

My partner and I absolutely love your blog and find a
lot of your post’s to be precisely what I’m looking for.
Do you offer guest writers to write content for yourself?
I wouldn’t mind producing a post or elaborating on a number of the subjects you write related
to here. Again, awesome weblog!
Here is my web-site :: tracfone coupon