ନିଜାମୁଦ୍ଦିନ୍‌ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ,ଯାଜପୁର ଜିଲାର ଜଣେ ଚିହ୍ନଟ

978 0

ଭୁବନେଶ୍ୱର:ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ଙ୍କ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ ଯୋଗଦେଇଥିତ୍ବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତପକ୍ଷେ ଓଡ଼ିଶାରୁ କେତେଜଣ ଯାଇଥିଲେ ତାହା ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ। ଏନେଇ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି, ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସରକାର ଅବଗତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଚିହ୍ନଟ କରାଯାଇ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକ ଓ ଅନ୍ୟମାନଙ୍କୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଏମାନଙ୍କ ବ୍ୟତୀତ ସେଠାକୁ ଯାଇଥିବା ଅନ୍ୟମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଥିବା ବାଗ୍‌ଚୀ କହିଛନ୍ତି।

ଧାର୍ମିକ ସମାବେଶରେ ଯୋଗ ଦେଇଥିବା ପ୍ରତିନିଧିଙ୍କ ମଧ୍ୟରେ ଜଣେ ଯାଜପୁର ଜିଲାର ଚିହ୍ନଟ । ଏହି ବ୍ୟକ୍ତି ଜଣଙ୍କ ବିଂଝାରପୁର ଅଂଚଳର । ତାଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି।୫୦ବର୍ଷୀୟ ନିଜାମୁଦ୍ଦିନ ଫେରନ୍ତା ଜଣକ ପରିବାର ସମେତ ଗ୍ରାମର ବହୁ ଲୋକଙ୍କ ସହିତ ମିଳାମିଶା କରିଥିବା ଜଣାଯାଇଛି । ପୁଣି ଧାର୍ମିକ ସମ୍ମିଳନୀରୁ ଫେରିଲା ପରେ ତାଙ୍କୁ ଥଣ୍ଡା ଓ ଜ୍ଵର ହୋଇଥିଲା । ପରେ ଔଷଧ ଖାଇ ଭଲ ହୋଇଥିଲେ ବୋଲି ପରିବାର ଲୋକ କହିଛନ୍ତି । ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି । ବିଂଝାରପୁର ତହସିଲଦାର ଅସ୍ମୀତା ଦାଶ, ଆଇଆଇସି ଶିବଚରଣ ବେହେରା ଓ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ରାତି ସାଢେ୧୨ଟାରେ ଶାସନ୍ଦା ଗ୍ରାମରେ ପହଞ୍ଚି ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ଜଣାଯାଇଛି।

Facebook Notice for EU! You need to login to view and post FB Comments!

Related Post

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦଳିତ ମହିଳା ପରିବାରଙ୍କ ଧାରଣା

Posted by - December 19, 2021 0
କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ଥାନା ଅଧୀନରେ ଥିବା ହାଡ଼ିଗୁଡା ପଂଚାୟତ ର ସାକରାଖଲ ଗ୍ରାମର ଏକ ଦଳିତ ପରିବାର ଗତ…

ଖଟିଆରେ ବୁହାହେଲେ ଗର୍ଭବତୀ

Posted by - June 27, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଂଜାମ ରେ ପୁଣି ଜନନୀ ଯନ୍ତ୍ରଣା ର କରୁଣ ଚିତ୍ର ଆଜି ଦେଖିବାକୁ ମଳିଛି । ଗଂଜାମ ଓ କନ୍ଧମାଳ ସୀମାନ୍ତ ରେ ଥିବା…

ଅନୁଗୋଳରୁ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୧୧୧

Posted by - July 6, 2020 0
ଅନୁଗୁଳ :(ମହେଶ ଭୋମରାଜ) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ କିଶୋରନଗର ବ୍ଲକରୁ ଆଜି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୪୫ ବର୍ଷୀୟ ପୁରୁଷ ଜଣଙ୍କ ଆଚାର୍ଯ୍ୟ…

କଳାହାଣ୍ଡି ଜିଲ୍ଲାରେ ଅଦିନିଆ ବର୍ଷା କୁଆ ପଥର ମାଡ

Posted by - January 11, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ବ୍ୟାପକ ଡାଲି ଜାତୀୟ ଫସଲ ନଷ୍ଟ ହେବାସହ…

Leave a comment

Your email address will not be published.