ସର୍ବ ପୁରାତନ ବିରଜା ହାଟ କୁ ଖୋଲିଛି ଜିଲା ପ୍ରଶାସନ, ପ୍ରତିଦିନ ୬୦ଟି ଦୋକନ ଖୋଲିବାକୁ ଅନୁମତି

424 0

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ଲକ ଡାଉନ ହେବା ପରେ ଯାଜପୁର ର ସର୍ବବୃହତ ତଥା ସର୍ବ ପୁରାତନ ବିରଜା ହାଟ କୁ ଖୋଲିଛି ଜିଲା ପ୍ରଶାସନ । ଏହି ହାଟ ପ୍ରତ୍ୟେକ ରବିବାର ଓ ଗୁରୁବାର ହେଉଥିଲା । ଏଥିରେ ୮୦୦ରୁ ଉର୍ଦ୍ଧ ବ୍ୟବସାୟୀ ନିଜର ବ୍ୟବସାୟ କରୁଥିଲେ । କିନ୍ତୁ ଲକ ଡାଉନ ଯୋଗୁଁ ସଂପୁର୍ଣ୍ଣ ହାଟକୁ ବନ୍ଦ କରାଯାଇଥିଲା । ହାଟ ଖୋଲିବା ପାଇଁ ସ୍ଥାନୀୟ ବଣିକ ସଂଘ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରିବା ପରେ ଜିଲାପାଳ ଏହାକୁ ସବୁଦିନ କରିବା ସହିତ ପ୍ରତିଦିନ ୬୦ଟି ଦୋକନ ଖୋଲିବାକୁ ଅନୁମତି ଦେଇଛନ୍ତି । ପଂଳରେ ହାଟରେ ଭିଡ ହେବ ନାହିଁ ।

ଏଥିସହିତ କୋରୋନା ସମୟରେ କେତେକ ଅସାଧୁ ବ୍ୟବସାୟୀ ଖାଉଟିଙ୍କ ଠାରୁ ଚଢ଼ା ଦରରେ ଅର୍ଥ ଆଦାୟ କରୁଥିବାରୁ ଯୋଗାଣ ବିଭାଗ ପକ୍ଷରୁ ଉଭୟ ଖୁଚୁରା ଓ ପାଇକାରି ଦର ନିର୍ଦ୍ଧାରିତ କରାଯାଇଛି । ଏହି ଦର ତାଲିକାକୁ ପ୍ରତ୍ୟେକ ବ୍ୟବସାୟୀ ନିଜ ଦୋକାନ ଆଗରେ ମାରିବେ । ଏହା ଠାରୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଏହି ହାଟ ଖୋଲିବା ପରେ ବ୍ୟବସାୟୀ ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ଭୋଟର ମାନଙ୍କୁ ସଚେତନ ଉଦ୍ଧେଶ୍ୟରେ ଭୋଟର ସଚେତନତା ରଥ

Posted by - December 1, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାର ଭୋଟର ମାନଙ୍କୁ ସଚେତନ କରିବା ଉଦ୍ଧେଶ୍ୟରେ ଆରମ୍ଭ ହୋଇଛି ଭୋଟର ସଚେତନତା ରଥ । ରଥ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସଂପୁର୍ଣ୍ଣ ଜିଲା ପରିକ୍ରମା କରିବ । ଅତିରିକ୍ତ ଜିଲପାଳ ମିହିର ପ୍ରସାଦ ମହାନ୍ତି ପତାକା ହଲାଇ ଏହି ରଥର ଶୁଭାରମ୍ଭ କରିଛନ୍ତି । ଭୋଟର ତାଲିକା ସଂଶୋଧନ,ନିଜ ଭୋଟ ଗ୍ରହଣ କେନ୍ଦ୍ର ସଂପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଏହି ରଥ ପରିକ୍ରମା କରୁଛି ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ,ଡେପୁଟି କଲେକ୍ଟର ପ୍ରଜ୍ଞା ହୋତା ପ୍ରମୁଖ ଉପସ୍ଥିତ ଥିଲେ । Facebook Notice for EU! You need to login to view and post FB Comments!

ଦୁଇଟି ଦୋକାନ ନିଆଁ ଲାଗି ଭସ୍ମୀଭୂତ

Posted by - April 14, 2022 0
ବାଲେଶ୍ଵର:ବାଲେଶ୍ବର ଜିଲ୍ଲା,ସଦର ବ୍ଲକ ଅନ୍ତର୍ଗତ ଆଙ୍କ ଗ୍ରାମ ପଞ୍ଚାୟତର ହସ୍ପିଟାଲ ଛକ ନିକଟରେ ଥିବା ମହେଶ୍ୱର ବେହେରାଙ୍କ ଲକି ଟେଲର ଏବଂ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପ୍ଲାଷ୍ଟିକ ଖେଳନା…

ଗଛ ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

Posted by - September 24, 2021 0
ସୋର:(ପ୍ରଭାକର ମଲ୍ଲିକ)ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ସାହୁଡି ପଞ୍ଚାୟତ ନ ଡି ଆଳ ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁତ୍ର ଲମ୍ବୁଧର ବେହେରା ବୟସ 45 ବର୍ଷ ।…

ବୌଦ୍ଧ ଜିଲ୍ଲା ରେ “ପରୀକ୍ଷା ପେ ଚର୍ଚ୍ଚା”

Posted by - April 2, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ଜବାହରଲାଲ ନବୋଦୟ ବିଦ୍ୟାଳୟ ବୌଦ୍ଧ ର “ପରୀକ୍ଷା ପେ ଚର୍ଚ୍ଚା “କାର୍ଯ୍ୟକ୍ରମ କୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଦୂରଦର୍ଶନ ପ୍ରସାରଣ କାର୍ଯ୍ୟକ୍ରମ କୁ ପାଞ୍ଚ ସହ…

Leave a comment

Your email address will not be published.