ଗଞ୍ଜାମ: କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ପିରିୟଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା ସାଇକେଲ୍ରେ ବୁଲି ବୁଲି ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ନିବେଦନ କରୁଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେକରୋନାକୁ ପ୍ରତିରୋଧ ପାଇଁ ଗଞ୍ଜାମ ଜିଲାରେ ଲାଗୁ ହୋଇଥିବା ଲକ୍ଡାଉନ ଶନିବାର ସପ୍ତମ ଦିନରେ ପହଞ୍ଚତ୍ଛି। ଏନେଇ ଜିଲାରେ ବାଇକ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି। ଗ୍ରାମାଞ୍ଚଳଗୁଡିକରେ କରୋନା ନେଇ ଜାରି ହୋଇଥିବା ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉଛି କି ନାହିଁ ତାର ଅନୁଧ୍ୟାନ କରିବାକୁ କୁହାଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସାଇକେଲରେ ଛତ୍ରପୁର ସହରରେ ବୁଲି ଏହାର ଅନୁଧ୍ୟାନ କରିଥିଲେ।
ଆଳୁ ଗୋଦାମକୁ ଯାଇ ଦର ବୁଝିବା ସହ ଦର ତାଲିକା ଲଗାଇବାକୁ ତାଗିଦ କରିଥିଲେ। ସଫେଇ କାର୍ଯ୍ୟ ଠିକ୍ କରିବା ଉପରେ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ଲୋକଙ୍କୁ ସଚେଚନ କରିବା ସହିତ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଲୋକେ କେତେ ସଚେତନ ଅଛନ୍ତି, ତାର ତଦାରଖ ମଧ୍ୟ କରିଛନ୍ତି। ରାସ୍ତାରେ ଯେଉଁ ଲୋକଙ୍କୁ ବାହାରେ ବୁଲୁଥିବା ଦେଖୁଛନ୍ତି ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି।ଜିଲାପାଳଙ୍କ ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି।।