ଭୁବନେଶ୍ୱର :ପ୍ରତିବର୍ଷ ଭଳି ଆସନ୍ତା ୪ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ଶିଶିର ସରସ ମେଳା। ଏହି ମେଳାରେ ୨୪ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲ୍ଲାର ଶିଳ୍ପୀ, କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜ ନିଜର ଜିନିଷ ଦ୍ରବ୍ୟ ଆଣି ବିକ୍ରି କରିବେ।

ଏଥି ପାଇଁ ପ୍ରାୟ ୩୦୦ ଷ୍ଟଲର ବ୍ୟବସ୍ଥା ହୋଇଛି ବୋଲି କହିଛି ଅରମାସ । ଆସନ୍ତା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଓରମାସ ଏହି ପ୍ରଦର୍ଶନୀକୁ ଆୟୋଜନ କରିବ। ଚଳିତ ବର୍ଷ ୧୫ କୋଟି ଟଙ୍କା ବ୍ୟବସାୟ ହେବ ବୋଲି ପୂର୍ବାନୁମାନ କରିଛି ଓରମାସ।