ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ବ୍ଲକ ର ବରୀ ମାଉଣ୍ଡର ବଜାର ଉପରେ ଚାଲୁଥିବା ସାପ୍ତାହିକ ହାଟକୁ କରୋନା ପାଇଁ ସରକାର ଙ୍କ ନୀୟମ ଅନୁଯାଇ ବରୀ ପ୍ରଶାସନ ତରଫରୁ ଅସ୍ଥାୟୀ ଭାବରେ କୃପାସିନ୍ଧୁ ବିଦ୍ୟାଭବନ ର ଖେଳପଡ଼ିଆ କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ପ୍ରସାଶନ ତରଫରୁ ଜଣାପଡିଛି । ଏହି ହାଟ ସପ୍ତାହରେ ଦୁଇ ଦିନ ଯଥା ସୋମବାର ଓ ଗୁରୁବାର ବସିଥାଏ କିନ୍ତୁ କୁହାଯାଇଛି ଯେ ଏହି ହାଟରେ ସାମାଜିକ ଦୂରତ୍ୱ ବଜାଇ ରଖିବାପାଇ ପ୍ରଶାନ କହିଛନ୍ତି ।
ଏହି ସାପ୍ତାହିକ ହାଟ ସକାଳ 7ଟାରୁ 11ଟା ପର୍ଯ୍ୟନ୍ତ ଚାଲୁରହିବ ବୋଲି ବରୀ ତହସିଲଦାର ସରୋଜ କାନ୍ତ ନାୟକ ସୂଚନା ଦେଇଛନ୍ତି । ପରିବା ହାଟରେ କିପରି ସାମାଜିକ ଦୂରତ୍ୱ ବଜାଇ ରହିବ ସେଥପାଇ ବରୀ ପୋଲସ ଯତ୍ନବାନ ଅଛି ବୋଲି ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସୂଚନା ଦେଇଛନ୍ତି ।
Facebook Notice for EU!
You need to login to view and post FB Comments!