ଭୁବନେଶ୍ୱର: ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ ଯୋଗେ ସୂଚନା ଦେଇଛି।ତେବେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରରେ ହୋଇଥିବା ସୂଚନା ମିଳିଛି। ଏଯାବତ ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ହୋଇଥିବା ଜଣାପଡିଛି।ତେବେ ସେ ଅନ୍ୟ ଦେଶରୁ ଆସିଛନ୍ତି ନା ଅନ୍ୟ ରାଜ୍ୟରୁ ସଂକ୍ରମିତ ହୋଇ ଫେରିଛନ୍ତି, ତାହା ଜଣାପଡ଼ିନାହିଁ। ତେବେ ସେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜଣାପଡ଼ି ନାହିଁ। ତେବେ ଏହି ଆକ୍ରାନ୍ତ ବ୍ୟକ୍ତିଙ୍କ ଯୋଗାଯୋଗ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।ତୃତୀୟ କରୋନା ପଜିଟିଭ ବ୍ୟକ୍ତି ଜଣଙ୍କ ଭୁବନେଶ୍ବରର ଏବଂ ତାଙ୍କ ବୟସ ୬୦ ବର୍ଷ ହେବ ବୋଲି ଜଣାପଡିଛି।
One more sample has tested positive for @COVID19 in the State. This makes the number of positive cases 3 and all are from Bhubaneswar.
— H & FW Dept Odisha (@HFWOdisha) March 26, 2020
ପ୍ରକାଶଥାଉକି କରୋନା ନେଇ ସୁବ୍ରତ ବାଗଚୀ କହିଥିଲେ ଯେ, ଅନ୍ୟ ଦେଶରୁ ଆସିଥିବା ୧୦୦ ଜଣଙ୍କ ନିକଟରେ କିଛି କିଛି କରୋନା ଜନିତ ଲକ୍ଷଣ ଥିବା ଅନୁମାନ କରାଯାଉଛି। ସଚେତନ ନହେଲେ ମେ ସୁଦ୍ଧା ବିସ୍ଫୋରକ ସ୍ଥିତି ସୃଷ୍ଟି ହେବ ବୋଲି ସେ କହିଥିଲେ।ଗତ ୧୯ ତାରିଖ ଦିନ ରିପୋର୍ଟରୁ କୋଭିଡ-୧୯ ଆକ୍ରାନ୍ତ ଥିବାଜଣାପଡିଥିଲା। ତେବେ ଦ୍ବିତୀୟ କରୋନା ରୋଗୀ ନେଇ ନିଶ୍ଚିତ ହେବାର ଚାରି ଦିନରୁ ପୂର୍ବରୁ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ମଧ୍ୟ ବିଦେଶରୁ ଫେରିଥିଲେ। ବର୍ତ୍ତମାନ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏବେ ରାଜ୍ୟରେ କୋଭିଡି-୧୯ ପଜିଟିଭ ରୋଗୀଙ୍କ ସଂଖ୍ୟା ୩କୁ ବଢ଼ିଛି।
You will often be asked to wager the bonus a certain amount of times so that
you can manage to cash out.