ଭୁବନେଶ୍ବର ୨୪।୩: କରୋନାର ଭୟାବହତା ନେଇ ଏବେ ସାରା ରାଜ୍ୟ ତତ୍ପର । କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ବିଭିନ୍ନ ଅପିଲ୍ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ମଙ୍ଗଳବାର କରୋନା ମୁକାବିଲା ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି।ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି କି ଗତ ୨୦ ବର୍ଷର ସେବା ଭିତରେ ମୁଁ ଯାହା ଅନୁରୋଧ କରିଛି ତାହା ଆପଣମାନେ ରଖିଛନ୍ତି, ଏବେ ମୁଁ ଆପଣମାନଙ୍କୁ ଘରୁ ନ ବାହାରିବା ଲାଗି ଶପଥ କରିବାକୁ କହୁଛି । ବାହାରକୁ ନ ଯିବା ପାଇଁ ବ୍ୟକ୍ତିଗତ ସ୍ତରରେ ଶପଥ ନିଅନ୍ତୁ । ଆମେ ସାବଧାନ ରହିଲେ କରୋନା ଆମ ଘରକୁୁ ପଶିପାରିବ ନାହିଁ । ଜରୁରୀ କାମରେ ବାହାରକୁ ଗଲେ ଘରକୁ ଫେରି ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରେ ପଶନ୍ତୁ । ଶପଥ ନେବା ସମୟର ଭିଡିଓ ସୁଟିଂ କରନ୍ତୁ, ମୋ ପାଖକୁ ପଠାନ୍ତୁ।
“ମୁଁ ମୋର ପିଲାଛୁଆ, ବାପାମା’ଙ୍କ ନାମରେ ଶପଥ କରି କହୁଛି ଯେ, ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ। ବାହାରକୁ ଗଲେ କରୋନା ଭାଇରସ୍ ମୋ ସାଥିରେ ମୋ ଘରକୁ ଆସିପାରେ ଏବଂ ମୋ ପରିବାରର କ୍ଷତି କରିପାରେ। ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ। ଯଦି ଜରୁରୀ କାମରେ ଯିବି ତେବେ ଫେରିବା ସମୟରେ ସାବୁନରେ ଭଲ ଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି। କରୋନା ଭାଇରସକୁ କେବେ ବି ମୋ ଘରେ ପଶିବାକୁ ଦେବିନାହିଁ। ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ।”
ଏହି ଶପଥକୁ ପାଠ କରିବା ଏବଂ ଘର ମୁଖ୍ୟାଦ୍ବାରରେ ଲଗାଇବା ସହ ଭିଡିଓ ସୁଟିଂ କରି ପଠାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମୁଁ ମୋର ପିଲାଛୁଆ, ବାପାମା'ଙ୍କ ନାମରେ ଶପଥ କରି କହୁଛି ଯେ; ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ। ବାହାରକୁ ଗଲେ କରୋନା ଭାଇରସ ମୋ ସାଥିରେ ମୋ ଘରକୁ ଆସି ପାରେ ଏବଂ ମୋ ପରିବାରର କ୍ଷତି କରିପାରେ। ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ। #MoJeebana pic.twitter.com/PE7ZYQLrpG
— Naveen Patnaik (@Naveen_Odisha) March 24, 2020