ମହିଳା ତାତିଲେ ମଦ ବୋତଲ ଭାଙ୍ଗିଲେ

483 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ମହିଳା ମାନେ ତାତି ଲେ ଓ ମଦ ବୋତଲ ଭାଙ୍ଗଲେ । ଯାଜପୁର ଜିଲ୍ଲା ର କୋରାଇ ଥାନା ଅନ୍ତର୍ଗତ ସଁଅଗାଁ ଗ୍ରାମର ମହିଳା ମାନେ ମଦ ବେପାର କୁ ବିରୋଧ କରି ଗ୍ରାମ ର ସମସ୍ତ ମହିଳା ଏକତ୍ରିତ ହୋଇ ଗ୍ରାମ ରେ ମଦ ବେପାର ବନ୍ଦ କରିବା ପାଇଁ ମଦ ବୋତଲ ଗୁଡ଼ିକୁ ସଙ୍ଗ ହୋଇ ଭାଂଗିଥିଲେ ।

ଗ୍ରାମରେ ପ୍ରବଳ ଉତେଜନା ଦେଖାଦଇଥିଲା ଖବର ପାଇଁ କୋରାଇ ଥାନା ଅଧିକାରୀ ଶ୍ରୀ ରଂଜିତ ମହାନ୍ତି ଯଥା ଶୀଘ୍ର ଘଟଣାସ୍ଥଳରେ ପହଂଚିକୁ ରୋକିଥିଲେ । ସୂଚନା ଯୋଗ୍ୟ ବେଆଇନ ଭାବେ ଜଣେ ଚୋରା ମଦ ବେପାରୀ ଚୋରା ମଦ ବେପାର କରୁ ଥିଲେ । ତାଙ୍କ ଠାରୁ ମଦ କିଣିବା ପାଇଁ ଆସୁଥିବା କେତେକ ଲୋକ ମଦ ନେଇ ଥିବା ସମୟ ରେ ମଦ ବୋତଲ ଗୁଡିକ କୁ ଛଡାଇ ଗ୍ରାମ ମହିଳା ମାନେ ଭାଙ୍ଗି ଥିଲେ !ଗତ ଶୁକ୍ର ବାର ଦିନ ସଁ ଗାଁ ଗ୍ରାମ ର ମହିଳା ଓ ଯୁବକ ମାନେ ଗ୍ରାମ ର ମଦ ଦୋକାନ କୁ ବନ୍ଦ କରିବା ପାଇଁ ଏକ ଦାବି ପତ୍ର ଥାନା ଅଧିକାରୀ କୁ ପ୍ରଦାନ କରିଥିଲେ ।

ପୋଲିସ ଏକ ପେଟି ମଦ ବୋତଲ ବେପାରୀ ଅଂକ ଘରୁ ଜବଦ କରି ଥିଲା !ମଦ ବେପାରୀ ଫେରାର ହୋଇ ଯାଇଛନ୍ତି । ମଦ ବେପାରୀ କୁ ଗିରଫ କରିବା ପାଇଁ ମହିଳା ମାନେ ଅଡ଼ି ବସି ଥିଲେ । ତୁରନ୍ତ ଆସାମୀ କୁ ଗିରଫ କରିବା ସଙ୍ଗେ ଗ୍ରାମରୁ ମଦ ବେପାର ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ଥାନା ଅଧିକାରୀ ପ୍ରତିଶୃତି ଦେଇ ଥିଲେ ପରେ ମହିଳା ମାନେ ଶାନ୍ତ ହୋଇ ଘର କୁ ଫେରି ଥିଲେ ।

Related Post

ପ୍ରେସ ଦିବସ ଉପଲକ୍ଷେ ମେଘା ରକ୍ତଦାନ ଶିବିର

Posted by - November 19, 2019 239
ଅନୁଗୋଳ:(ମହେଶ ଭୋମରାଜ)ଜାତୀୟ ପ୍ରେସ ଦିବସ ଓ  ଫୋର୍ଥ ପିଲର ଆୱାର୍ଡ଼ ସେରିମନି ଅବସରରେ ଆଜ ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ  ଆସୋସିଏସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ…

ଜହ୍ନାପଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

Posted by - December 1, 2021 0
ବରଗଡ/ଅତାବିରା:ଜିଲ୍ଲାର ବିଭିନ୍ନ ବ୍ଲକରେ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ହିତରେ ଆଗକୁ ନିର୍ବାଚନ କୁ ଆଖିଆଗରେ ରଖି ଚାଲିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।ଉଭୟ…

ସାପ କାମୁଡ଼ାରେ ବୃଦ୍ଧମୃତ

Posted by - June 24, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପିତାମ୍ବରପୁର ପଂଚାୟତ ଜିରାଡ୍ ଗ୍ରାମର ଅଚ୍ୟୁତାନନ୍ଦ ପ୍ରଧାନ (୬୩) ଏକ ବିଷଧର ସାପକାମୁଡ଼ାରେ ମୃତ୍ୟୁବରଣ କରିଥିବାନେଇ ଜଣାପଡିଛି । ସୁଚନାମତେ…

ବୋଲେରୋ,ବାଇକ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତ୍ୱର

Posted by - December 22, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରେ ଏକ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର…

କଳାହାଣ୍ଡି ରେ ହାତୀ ଉପଦ୍ରବ, ଜନବସତି ରେ ସୃଷ୍ଟି ହୋଇଛି ଆତଙ୍କ

Posted by - December 16, 2021 0
ପ୍ରକୃତି ଉପରେ ମନୁଷ୍ଯ ର ଅତ୍ୟାଚାର ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଖଣିଜ ସମ୍ପଦ ଠାରୁ ଆରମ୍ଭ କରି ପ୍ରାକୃତିକ ସମ୍ପଦ କୁ ଧ୍ୱଂସ କରିବା…

Leave a comment

Your email address will not be published.