ଯାଜପୁର ଥାନା ବୈଦ୍ୟରାଜପୁର ଗାଁରେ ବଧୁ ହତ୍ୟା ଅଭିଯୋଗ

679 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଥାନା ବୈଦ୍ୟରାଜପୁର ଗାଁରେ ବଧୁ ହତ୍ୟା ଅଭିଯୋଗ । ଗାଁର ମନୋରଂଜନ ସ୍ୱାଇଁ ଙ୍କ ପତ୍ନି ଲକ୍ଷ୍ମୀପ୍ରିୟାଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ । ଅଭିଯୋଗ ମୁତାବକ ଜେନାପୁର ଥାନା ସୋରେଇ ଗାଁର ଲକ୍ଷ୍ମୀପ୍ରିୟା ୨୦୧୩ ମସିହାରେ ମନୋରଂଜନଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଲକ୍ଷ୍ମିପ୍ରିୟା ଙ୍କ ବାପା ସରକାରୀ ଚାକିରିରୁ ଅବସର ନେବା ପରେ ତାଙ୍କ ଠାରୁ ଟଙ୍କା ଆଣିବା ପାଇଁ ଶାଶୁ ଘର ଲୋକେ ଅନେକ ସମୟରେ ଚାପ ପ୍ରୟୋଗ କରୁଥିଲେ ।

ଗତକାଲି ହଠାତ୍ ଶାଶୁ ଘର ପକ୍ଷରୁ ଲକ୍ଷ୍ମିପ୍ରିୟା ଦେହ ଅସସ୍ଥ ଥିବା ଖବର ଦେଇଥିଲେ । ବାପ ଘର ଲୋକେ ଯାଜପୁର ଡାକ୍ତରଖାନାରେ ପହଂଚିବା ବେଳକୁ ତାର ମୃତ ଦେହକୁ ଦେଖିିଥିଲେ । ଯୌତୁକ ପାଇଁ ଲକ୍ଷ୍ମିପ୍ରିୟାକୁ ହତ୍ୟା କରାଯାଇଥିବା ବାପ ଘର ଲୋକେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Facebook Notice for EU! You need to login to view and post FB Comments!

Related Post

ବିଦ୍ୟୁତ ପୋଲ ଚୋରି ଅଭିଯୋଗରେ ୪ ଗୀର

Posted by - February 24, 2021 0
ଭବାନୀପାଟଣା:(ମହମ୍ମଦ ଆଗଜାନ) ଏଲ ଆଣ୍ଡ ଟି କନ୍ସଟ୍ରକସ୍‌ନ୍ ପାୱାର ଟ୍ରାନ୍ସମିସନ ଆଣ୍ଡ ଡିଟ୍ୟୁବ୍ୟୁସନ ଦ୍ୱାରା ରଖାଯାଇଥିବା ୬ଟି ନୂତନ ବିଦ୍ୟୁତ ପୋଲ ଚୋରି ଅଭିଯୋଗରେ କୋକସରା ପୋଲିସ…

ମହିଳା ଙ୍କୁ ବ୍ଳେଡ୍ ରେ ଆକ୍ରମଣ ଘଟଣା:ତିନି ଗିରଫ, ଲୁଟ୍ ସୁନା ସହିତ ବ୍ଳେଡ୍ ଓ ସ୍କୁଟି ଜବତ

Posted by - October 28, 2021 0
ବେଲଗୁଣ୍ଠା୨୭/୧୦:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ଥାନା ଅନ୍ତର୍ଗତ ପଥରାପଲ୍ଲୀ ଗ୍ରାମର ଜଣେ ମହିଳାଙ୍କୁ ବ୍ଳେଡ୍ ରେ ଆକ୍ରମଣ କରି ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ୍ କରିଛି ବେଲଗୁଣ୍ଠା ପୋଲିସ…

Leave a comment

Your email address will not be published.