ଯାଜପୁର ରୋଡ଼ ପ୍ରେସ କ୍ଲବ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

295 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ସାରା ବିଶ୍ୱରେ କରୋନା ଭରାଇସ ନିଜ କାୟା ବିସ୍ତାର କରୁଛି । ଏହାର ପ୍ରଭାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୮୦୦୦ ଟପିଥିବା ବେଳେ ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ଦେଢଶହ ଟପିଲାଣି । ତେବେ ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ସତର୍କତା ମୂଳ କଟକଣା ମାନ ମଧ୍ୟ ଜାରି କରିଛନ୍ତି । ତେବେ ଏହି ସମୟରେ କଟକଣା ଠାରୁ ଆଧିକ ଫଳପ୍ରଦ ହେବ ଲୋକଙ୍କୁ ସଚେତନ କାରାଇବା । ସାଧାରଣ ଜନତା ସଚେତନ ହେଲେ ହିଁ ସେମାନେ ନିଜକୁ ନିଜେ ସୁରକ୍ଷିତ ରଖି ପାରିବେ । ତେଣୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲାଗି ଯାଜପୁରରେ ସାମ୍ବାଦିକ ମାନେ ଅଣ୍ଟା ଭିଡିଛନ୍ତି। ଯାଜପୁର ରୋଡ଼ ପ୍ରେସ କ୍ଲବ ପକ୍ଷରୁ ବ୍ୟାସନଗର ପୌରାଞ୍ଚଳରେ କରୋନା ଭାଇରସ୍ ବା (KOVID-19) ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରେସ କ୍ଲବର ସଦସ୍ୟ ମାନେ ମୁଁହରେ ମାସ୍କ ପିନ୍ଧି ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ସାଧାରଣ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଘରେ ସହଜ ଉପାୟରେ କିଭଳି ମାସ୍କ ଓ ସାନିଟାଇଜର୍ ପ୍ରସ୍ତୁତ କରିହେବ ଏବଂ ଭାଇରସ୍ କବଳରୁ କିପରି ନିଜକୁ ସୁରକ୍ଷିତ ରଖାଯାଇପାରିବ, ଏହା ଉପରେ କ୍ଲବ୍ ର ସଦସ୍ୟ ମାନେ ଲୋକଙ୍କୁ ସଚେତନ କରାଇଥିଲେ। ତେବେ ଲୋକ ଯେତେ ସଚେତନ ଓ ସତର୍କ ରହିବେ ଏହି ମାରାତ୍ମକ ଭୂତାଣୁ ଠାରୁ ସେତେ ଶିଘ୍ର ରକ୍ଷା ମିଳି ପାରିବ ବୋଲି କ୍ଲବର ସଭାପତି ମତ ପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ସାମିଲ ହୋଇ ସହଯୋଗ କରିଥିଲେ।

Facebook Notice for EU! You need to login to view and post FB Comments!

Related Post

କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ପାତ୍ର ବିଜୁ ଜନତା ଦଳରେ ସାମିଲ

Posted by - June 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ପାତ୍ର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ ରାଜସ୍ୱ ଓ…

ସାରା ଜିଲାରେ ୧୪୪ ଧାରାକୁ କୋହଳ, ବାରୁଣୀ ପାଇଁ ୧୪୪ ଜାରି

Posted by - March 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ସାରା ଯାଜପୁର ଜିଲାରେ ଲାଗିଥିବା ୧୪୪ ଧାରାକୁ କୋହଳ କରିଛି ଜିଲା ପ୍ରଶାସନ । କିନ୍ତୁ ଗୋଟିଏ ସ୍ଥାନରେ ଭିଡ ନ…

୨ଦିନ ତଳେ ନଦୀରେ ଡେଈ ନିଖୋଜ ହୋଇଥିବା ମହିଳାଙ୍କ ଶବ ଉଦ୍ଧାର

Posted by - August 1, 2021 0
ଯାଜପୁର:(ସ୍ନେହାଂଶୁ ଶେଖର ମହାନ୍ତି) ଗତମାସ ୩୦ତାରିଖ ରେ ଯାଜପୁର ସଦର ଥାନା ଅଧୀନ ଶ୍ୟାମଦାସପୁର ପଞ୍ଚାୟତ ର ସୁଜନପୁର ଗ୍ରାମର ସେକ ହବୀବୁଲା ଙ୍କ ଝିଅ କିରଣ…

ନବମ ଶ୍ରେଣୀ ଛାତ୍ର ନିଖୋଜ ଥାନାରେ ଅଭିଯୋଗ

Posted by - April 13, 2022 0
ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା,ବସ୍ତା ଥାନା ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତର ଭାନ୍ଦିପୁର ଗ୍ରାମର ନବମ ଶ୍ରେଣୀ ଛାତ୍ର ନିଖୋଜ ହୋଇଥିବା ଅଭିଯୋଗ ହୋଇଛି।ଘଟଣାରୁ ପ୍ରକାଶ କି ଯେ, ସୋମ…

ଜନମୁରା ଗାଁରେ ମର୍ମଦୁନ୍ତ ସଡକ ଦୁର୍ଘଟଣା,ଜଣେ କଲେଜ ଛାତ୍ରର ମୃତ୍ୟୁ

Posted by - May 5, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଜନମୁରା ଗାଁ ଠାରେ ଘଟିଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ କଲେଜ…

Leave a comment

Your email address will not be published.