ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି।କରୋନାକୁ ନେଇ ସାରା ଦେଶବାସୀଙ୍କୁ ସମ୍ବୋଦନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ତେଣୁ ଦେଶବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ପୂରା ଦେଶବାସୀ ଜଟିଳ ସ୍ଥିତିରେ ଗତି କରୁଛି।
ତେଣୁ ଆପଣ ନିଜର କର୍ତ୍ତବ୍ୟ କରନ୍ତୁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶକୁ ପାଳନ କରନ୍ତୁ। ନିଜ ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ସୁସ୍ଥ ରହିବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି। ସମସ୍ତଙ୍କୁ ଧରି ଧୈର୍ଯ୍ୟଧରି କରୋନା ଭଳି ମହାମାରୀ ସହ ମୁକୁବିଲା କରିବାକୁ ପଡିବ। ବିଶ୍ବ ଯୁଦ୍ଧରେ ବି ଜନଧାରଣ ଏତେ ପ୍ରଭାବିତ ହୋଇ ନଥିଲେ। ବିନା କାରଣରେ ଘରୁ ପଦାକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ମିଡିଆ ପ୍ରତିନିଧି, ଜନପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି।ମୋଦି ନିଜ ଅଭିଭାଷଣ ଆହୁରି ମଧ୍ୟ କହିଛନ୍ତି, ଏହି ସଙ୍କଟ ଟଳିବାକୁ ଆଉ କିଛି ସପ୍ତାହ ଲାଗିବ। କରୋନା ଏକ ଜନତା କର୍ଫ୍ୟୁ ବୋଲି ମୋଦି କହିଛନ୍ତି। ଆସନ୍ତା ୨୨ ତାରିଖରେ ଜନତା ପର୍ଫ୍ୟୁ ପାଳନ କରାଯିବ। ଦିନଠାରୁ ରାତି ପର୍ଯ୍ୟନ୍ତ କେହି ବାହାରକୁ ବାହାରିବେ ନାହିଁ। ଦେଶବାସୀ ଆଗ୍ରହ ସହ ଏହି ଦିନଟି କୁ ପାଳନ କରିବା ଉଚିତ୍। ଏହି ଜନତା କର୍ଫ୍ୟୁ ସଂପର୍କରେ ଅନ୍ୟମାନଙ୍କୁ ସୂଚନା ଦେବା ଉଚିତ୍।