ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ୟାସନଗରସ୍ଥିତ ଅର୍ଣ୍ଣପୂର୍ଣ୍ଣା ଆନାଥ ଆଶ୍ରମରେ “କ୍ଲବ ଦି ୟୁଥମାସ ” ପକ୍ଷରୁ ମହାମାରୀ କରୋନା ଭାଇରସ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ କ୍ଲବର ସଦସ୍ୟ ପୀତବାସ ପାତ୍ର ଙ୍କର ସହଯୋଗୀତା ରେ କରୋନା ଭାଇରସ ସଂକ୍ରମିତ କୁ ରୋକିବା ପାଇଁ କୁନିକୁନି ପିଲାଙ୍କୁ ମାସ୍କ ,ସାନିଟାଇଜରଓ ହ୍ୟାଣ୍ଡ ୱାସ ବଣ୍ଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମ କୁ ପ୍ରତ୍ୟେକ ସାମାଜିକ ସଙ୍ଗଠନ ଆୟୋଜନ କରି ତ୍ୱରାନ୍ୱିତ କରିବେ ନିଶ୍ଚିତ ଆମେ ଏହି ମହାମାରୀ ଯିବାଣୀରୁ ନିଜେ ରକ୍ଷା ପାଇବା ସହିତ ସଂକ୍ରମିତ କୁ ରୋକାଯାଇ ପରିବ ବୋଲି କ୍ଲବ ର ସଭାପତି ପ୍ରକାଶ କୁମାର ଜେନା ମତବ୍ୟକ୍ତ କରିଥିଲେ
ଏହି ସଚେତନତା କାର୍ଯ୍ୟକ୍ରମରେ କ୍ଲବର ସମ୍ପାଦକ ରାଜେଶ କୁମାର ରାଉତ, ଯଜ୍ଞଦତ ତ୍ରିପାଠୀ, ନିରଞ୍ଜନ ସାହୁ,ପିତବାସ ପାତ୍ର,ସମସ୍ତେ ଉପସ୍ଥିତ ରହି କରୋନା କୁ ରୋକିବା ପାଇଁ ସଚେତନତାର ବାର୍ତା ଦେଇଥିଲେ।