Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

କରୋନା ସତର୍କତା:ବିଦେଶ ଫେରନ୍ତାଙ୍କ ଲାଗି ପଞ୍ଜିକରଣ ବାଧ୍ୟତା ମୂଳକ, ନ ମାନିଲେ ଦଣ୍ଡ

408 0

ଭୁବନେଶ୍ବର୧୬/୩: ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।  ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ ହିଁ ସଂକ୍ରମଣର ମୁଖ୍ୟ କାରଣ। ତେଣୁ ବିଦେଶରୁ ଆସୁଥିବା ବ୍ୟକ୍ତି ପଞ୍ଜିକରଣ କରିବା ବାଧ୍ୟତା ମୂଳକ।,ବିଦେଶ ଫେରନ୍ତାଙ୍କୁ ନିଜ ସମ୍ପର୍କରେ ସୂଚନା ଦେବାକୁ ୪୮ ଘଣ୍ଟାର ମହଲତ ଦେଲେ ସରକାର। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଛନ୍ତି ରାଜ୍ୟ ସରକାର।ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ଏକ ପୋର୍ଟାଲ covid19.odisha.gov.inର ବ୍ୟବସ୍ଥା ହୋଇଛି।

ବିଦେଶରୁ ଓଡ଼ିଶାରେ ପଞ୍ଜିବାର ୨୪ ଘଣ୍ଟା ମଧ୍ୟରେ ଏହି ପଞ୍ଜିକରଣ କରିବା ଆବଶ୍ୟକ। ସେଥିରେ ବିଦେଶୀ ଫେରନ୍ତା  ବ୍ୟକ୍ତିଙ୍କ ଫୋନ ନମ୍ବର ରହିବା ସହ ୧୪ ଦିନ ପର୍ଯ୍ୟନ୍ତ ପରିବାରଠାରୁ ଦୂରେଇ ରହିବେ।ପଞ୍ଜିକରଣ ଏବଂ ହୋମ କ୍ବାରଣ୍ଟାଇନ ପାଇ୍ଁ ସଂପୃକ୍ତ ବ୍ୟକ୍ତିଙ୍କୁ ପନ୍ଦର ହଜାର ଟଙ୍କା ପ୍ରୋତ୍ସାହନ ଭାବେ ଦିଆଯିବ।ହୋମ କ୍ବାରଣ୍ଟାଇନ ସମୟରେ ନିୟମିତ ଭାବରେ ସେମାନଙ୍କର ଅବସ୍ଥିତି ସଂପର୍କରେ ଯାଞ୍ଚ କରାଯିବ।ମାର୍ଚ୍ଚ ୪ ତାରିଖ ଦିନ କିମ୍ବା ତା ପରେ ରାଜ୍ୟରେ ପ୍ରବେଶ କରିଥିବା ବ୍ୟକ୍ତିମାନଙ୍କୁ ପଞ୍ଜିକରଣ କରିବା ପାଇଁ ଆସନ୍ତା ମଙ୍ଗଳବାର ସକାଳ ୬ଟାରୁ ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ପଞ୍ଜିକରଣ କରି ପାରିବେ।

ଏହି ନିୟମବଳିକୁ ଉଂଲଘନ କରୁଥିବା ବ୍ୟକ୍ତିମାନଙ୍କୁ ଭାରତୀୟ ପିଙ୍ଗଳ କୋର୍ଡ ଓ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦଣ୍ଡିତ ହେବେ।ବିଦେଶରୁ ଆସୁଥିବା ଯାତ୍ରୀମାନେ କୋଭିଡ-୧୯ର ବାହକ ହେବାର ବହୁତ ଆଶଙ୍କା ରହିଛି। ତେଣୁ ଓଡ଼ିଶାବାସୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର  ଏହିସବୁ ପଦକ୍ଷେପ ନେଇଛନ୍ତି।ଯେଉଁମାନେ ରେଜିଷ୍ଟ୍ରେସନ କରି ହୋମ୍ ଆଇସୋଲେସନରେ ରହିବେ, ସେମାନଙ୍କୁ ୧୫ ହଜାର ଟଙ୍କାର ସହାୟତା ମିଳିବ।

Related Post

ଲକ୍ଷଣ ବିହୀନ କରୋନା ପଜିଟିଭ ବ୍ୟକ୍ତି ଗୃହ ସଙ୍ଗରୋଧରେ ରହିପାରିବେ : ଯାଜପୁର ଜିଲ୍ଲାପାଳ

Posted by - August 10, 2020 0
ଯାଜପୁର ଅଫିସ:କରୋନା ପଜିଟିଭ ରୋଗୀ ଯେଉଁ ମାନଙ୍କର ଲକ୍ଷଣ ନଥିବ, ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ ନିଜ…

କଟକ କଂଗ୍ରେସ ର ସମୀକ୍ଷା ବୈଠକ,ଲୋକମାନଙ୍କ ମୌଳିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ

Posted by - November 22, 2020 0
କଟକ : କଂଗ୍ରେସ ସଙ୍ଗଠନକୁ ମଜବୁତ କରିବାକୁ ହେଲେ ଲୋକମାନଙ୍କ ମୌଳିକ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ହେବ । କର୍ମୀ ମାନଙ୍କୁ ଏହି ଟିପ୍ସ ଦେଇଛନ୍ତି କଂଗ୍ରେସ…

ଯାଜପୁର ରେ ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ ।

Posted by - April 1, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଉତ୍କଳ ଦିବସ। ଭାଷା ଭିତ୍ତିରେ ଆମ ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା। ଏଥି ସହିତ ଯାଜପୁର ଜିଲ୍ଲା ମଧ୍ୟ ଗଠିତ ହୋଇଥିଲା। ଏହି…

ବିଜେଡ଼ିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ

Posted by - December 6, 2018 0
ଭୁବନେଶ୍ବର : ବିଜେଡିରେ ଯୋଗଦେଇଛନ୍ତି  କଂଗ୍ରେସର ପୂର୍ବତନ ବିଧାୟକ  ଚକ୍ରଧର ପାଇକ । ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଅାୟୋଜିତ ମିଶ୍ରଣ ପର୍ବରେ…

Leave a comment

Your email address will not be published.