ନଗଡାର ବିକାଶ କାର୍ଯ୍ୟରେ ବିଳମ୍ବ ହେଲେ ବରଦାସ୍ତ କରାଯିବ ନାହିଁ :- ଜିଲ୍ଲା ପ୍ରଶାସନ

692 38

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ବହୁ ଚର୍ଚ୍ଚିତ ନଗଡାର ଶିଶୁ ମଡକ ଦେଶ ତଥା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା । ନଗଡାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ନଗଡାର ରାସ୍ତାଘାଟ ପାନୀୟ ଜଳ, ସ୍ୱାସ୍ଥ୍ୟ, ସେମାନଙ୍କୁ ସ୍ୱାବଲମ୍ବି କରିବା ଓ ଶିକ୍ଷା ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟକାରି ହୋଇଛି । ଯୋଜନା ଗୁଡିକ ସୁଚାରୁ ରୂପେ କାର୍ଯ୍ୟାକାରି ହେଉନାହିଁ । ରାସ୍ତାଘାଟ ନିର୍ମାଣରେ ଅନିୟମିତତା ଦେଖାଦେଇଛି । ନଗଡାକୁ ସଚିବ ମାନେ ଓ ଜିଲ୍ଲା ପ୍ରଶାସନ ଘନ ଘନ ଗସ୍ତକରି ସମିକ୍ଷା ବୈଠକ କରୁଛନ୍ତି କିନ୍ତୁ କୌଣସି ଫଳ ମିଳୁନାହିଁ । ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ର୍ନିେଶକ ଇନ୍ଦ୍ରମଣି ନାୟକ ନଗଡା ଗସ୍ତ କରି କାର୍ଯ୍ୟଗୁଡିକ ତଦାରଖ କରିବା ସଂଗେ ସମୀକ୍ଷା ବୈଠକ କରିଥିଲେ । କାର୍ଯ୍ୟଗୁଡିକ ବିଳମ୍ବ ହେବା ହେତୁ ଅସନ୍ତୋଷ ପ୍ରକାଶ କରିଥିଲେ ।

ତୁରନ୍ତ କାର୍ଯ୍ୟଗୁଡିକୁ ସର୍ମ୍ପୁ କରିବା ପାଇଁ ବିଭିନ୍ନ ବିଭାଗକୁ ର୍ନିେଶ ଦେଇଛନ୍ତି । ଠିକ୍ ସମୟରେ କାର୍ଯ୍ୟ ଗୁଡିକ ସଂର୍ପୁ ନହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗିୟ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି । ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ , ଗ୍ରାମ ଜଳ ଯୋଗାଣ, ଅଙ୍ଗନ ବାଡି କେନ୍ଦ୍ର ଇତ୍ୟାଦି ଗୁଡିକୁ ପରିଦର୍ଶନ କରିଥିଲେ । ନଗଡାକୁ ଯୋଗାଯୋଗ କରିବା ପାଇଁ ରାସ୍ତା ମରାମତି ଯୁଦ୍ଧକାଳୀନ ଭିତିରେ କରିବା ପାଇଁ ନିଶେ ଦେଇଥିଲେ । ପୂର୍ବରୁ ମଧ୍ୟ ଏହି ର୍ନିେଶ ଦିଆଯାଇଥିଲା । କିନ୍ତୁ ଏଯାଏଁ ତାହା କାର୍ଯ୍ୟକାରି ହୋଇପାରିନାହିଁ । ନଗଡାରେ ବିଭିନ୍ନ କାର୍ଯ୍ୟଗୁଡିକ ସନ୍ତୋଷ ଜନକ ହୋଇନାହିଁ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ନାୟକ କ୍ଷୋଭ ପ୍ରକାଶ କରିଥିଲେ । ଏକ ସପ୍ତାହ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ର୍ପୁଙ୍ଗ କରିବାକୁ ସମସ୍ତ ବିଭାଗକୁ ଦାୟୀ କରାଯାଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ସରକାରଙ୍କ ୫ଟି କାର୍ଯ୍ୟକ୍ରମ ସହ ବିକାଶ ଉନ୍ନୟନ ପାଇଁ ଅର୍ଥ ଜିଲ୍ଲା ଖଣି ପାଣ୍ଠିରୁ ମଧ୍ୟ ମଂଜୁର କରାଯାଇଛି ଅଥଚ କାର୍ଯ୍ୟର ଅଗ୍ରଗତି ପ୍ରକଳ୍ପ ଗୁଡିକ ଶେଷ ହୋଇନାହିଁ । ସମସ୍ତ ବିଭାଗ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ର୍ନିେଶ ଦେଇଥିଲେ । ନଗଡାର ଲୋକମାନେ ବ୍ୟବହାରିକ ପରିବର୍ତନ ବର୍ତମାନ ସୁଦ୍ଧା ଉନ୍ନତି ହୋଇନାହିଁ । ସେମାନଙ୍କ ପାଇଁ ପ୍ରସ୍ତୁତ ପାଇଖାନା ଗୁଡିକ ଭାରପ୍ରାପ୍ତ ଜିଲ୍ଲାପାଳ ବୁଲି ଦେଖିଥିଲେ । ଲୋକମାନେ ପାଇଖାନା ଗୁଡିକୁ ବ୍ୟବହାର କରୁନାହାନ୍ତି ।

ସ୍ଥାନୀୟ ବାସିନ୍ଦା ସେଗୁଡିକୁ ମଧ୍ୟ ପରିସ୍କାର କରୁନାହାନ୍ତି । ନିଜେ ଶ୍ରୀ ନାୟକ କୋଦାଳ ଓ ସାବଳ ଧରି ସେହି ମାଟି ଗୁଡିକୁ କାଢିବା ଆରମ୍ଭ କରିବା ପରେ ସ୍ଥାନୀୟ ବାସୀଙ୍କ ମନ ପରିବର୍ତନ ହୋଇଛି । ସଫା କରିବା କାର୍ଯ୍ୟରେ ଯୋଗ ଦେଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଉଦ୍ୟମ କରିବେ ବୋଲି ଲୋକମାନେ କହିଥିଲେ । ଶ୍ରୀ ନାୟକ ସେମାନଙ୍କୁ ସ୍ୱାସ୍ଥ୍ୟ , ପାନୀୟ ଜଳ, ଶିକ୍ଷା ଓ ପାଇଖାନା ସମ୍ପର୍କରେ ସଚେତନ କରାଇଥିଲେ । ବିଶେଷ କରି ସେମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ମହୁ ଚାଷ କରିବା ପାଇଁ ବୁଝାଇଥିଲେ ଓ ତାଲିମ ମଧ୍ୟ ଦିଆଯାଇଥିଲା । ଏଥିରେ ସୁକିନ୍ଦା ବିଡିଓ ବିଶ୍ୱଜିତ୍ ଦାସ , ଜଳ ପରିମଣ ନିର୍ବାହି ଯନ୍ତ୍ରୀ ଅମୀୟ ପରିଜା, ଏପିଡି ମଧୁସ୍ମିତା ପୃଷ୍ଟି, ଡି.ଏମ.ଏଫର ଲିଡର ସୁବାଶିଷ କୁମାର , ଜିବୀକା ମିଶନର ଡିପିଏମ୍ ବନିନକାନ୍ତ ମାହାରି , ଓଡିଶା ଖଦି ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ପ୍ରତିନିଧି ଭୁପତି ନାୟକ, ଦାସରଥି ନାୟକ, ଟ୍ରେନର ସୁଶାନ୍ତ ବେହେରା ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରି ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇଥିଲେ । ପରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ନାୟକ, ସୁକିନ୍ଦା ବ୍ଲକର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ତୁରନ୍ତ କାର୍ଯ୍ୟଗୁଡିକୁ ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Related Post

ଜିଲାପାଳ ଅପିଂସ ସମ୍ମୁଖରେ ନ୍ୟାୟ ଦାବିରେ ଆମରଣ ଅନଶନ

Posted by - September 11, 2021 0
ସରକାରୀ ଜମି ଜବରଦଖଲ ପ୍ରତିବାଦରେ ଜିଲାପାଳ ଅପିଂସ ସମ୍ମୁଖରେ ଅନଶନରେ ବସିଲେ ପରିବାର ଲୋକେIଯାଜପୁର ବିଂଝାରପୁର ବ୍ଲକ କଂଟିପୁର ଅଂଚଳର ପ୍ରପୁଂଲ୍ଲ ନାୟକଙ୍କ ଘର ପାଖରେ ରହିଛି ସରକାରୀ ଜମି । ଏହାକୁ ପଡୋଶୀ ଜଣକ ଜବରଦଖଲ କରି ରହିଥିବାରୁ ପ୍ରପୁଂଲ୍ଲ ନିଜ ଘରକୁ ଯିବାକୁ ଅସୁବିଧା ଭୋଗ କରୁଛନ୍ତି । ଏ ନେଇ ସେ ସ୍ଥାନୀୟ ପ୍ରଶାସିନକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କୌଣସି ସୁପଂଳ ନମିଳିବାରୁ ବାଧ୍ୟ ହୋଇ ପରିବାର ଲୋକେ ଆଜି ଜିଲାପାଳ ଅପିଂସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବାକୁ ଚେତାବନି ଦେଇଛନ୍ତି ପ୍ରପୁଂଲ୍ଲଙ୍କ ପରିବାର ଲୋକେ ।

ବରୀ ପ୍ରଶାସନ ର କୋରନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Posted by - April 15, 2020 0
ବରୀ:( ସ୍ନେହାଂଶୁ ଶେଖର ମହାନ୍ତି) ଜିଲ୍ଲା ପ୍ରଶାସନ ର ଖବର ପାଇବା ମାତ୍ରେ ବରୀ ପ୍ରଶାସନ ତରଫରୁ ତହସିଲଦାର ସରୋଜକାନ୍ତ ନାୟକ, ବରୀ ଏବିଡ଼ିଓ ଶାଶ୍ୱତ ଜେନା,ଖାଉଟି…

ଉପାନ୍ତ ଅଞ୍ଚଳରେ ଛାତ୍ର ଛାତ୍ରୀ ଅନ୍ବେଷଣ କାର୍ଯ୍ୟକ୍ରମ

Posted by - December 19, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ର କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏମ୍ ଭି-୬୫ରେ ମାଲ୍ୟବନ୍ତ ସମାଚାର ଓ ମାଟିଲଗ୍ନା ସାହିତ୍ୟ ସଂସଦ ର ମିଳିତ ଉଦ୍ୟମ…

କୋଇଲିସୂତା ମହିମା ଆଶ୍ରମରେ କାର୍ତ୍ତିକ ଚତୁର୍ଦ୍ଧଶୀ ଅବସରରେ ଅଖଣ୍ଡ ମହାମନ୍ତ୍ର ଯଜ୍ଞ ଅନୁଷ୍ଠିତ

Posted by - November 19, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କାର୍ତ୍ତିକ ମାସ କୁ ପୁଣ୍ୟ ମାସ ବୋଲି ଓଡିଶା ର ପୁର ପଲ୍ଲୀ, ସହର ବଜାର,ମନ୍ଦିର, ମଠ ସବୁଠି ପାଳିତ ହେବା ସହିତ ସବୁଠି…

ପ୍ରଦର୍ଶନରେ ସୁଧାର ନ ଆସିଲେ ବିଦାହେବେ କର୍ମଚାରୀ: ଯାଜପୁର ଜିଲ୍ଲାପାଳ

Posted by - August 8, 2020 0
ଯାଜପୁର ଅଫିସ : କୌଣସି କର୍ମଚାରୀ ଯଦି ନିଜ ପ୍ରଦଶର୍ନରେ ସୁଧାର ଆଣୁନାହାନ୍ତି ନିଜର ଦୁର୍ବଳ ପ୍ରଦର୍ଶନ ପାଇଁ ଏକାଧିବାର ନିଲମ୍ବ ହେଉଛନ୍ତି । ପୁନଃ ନିଯୁକ୍ତ…

There are 38 comments

  1. Pingback: bahis siteleri

Leave a comment

Your email address will not be published.