Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ରାଜଧାନୀ ଭୁବନେଶ୍ବର ଏବେ ଭୂମିକମ୍ପ ପ୍ରବଣ ଅଞ୍ଚଳ

747 0

ଗତ କିଛି ବର୍ଷ ମଧ୍ୟରେ ହୋଇଥିବା ପାଣିପାଗ ପରିବର୍ତ୍ତନ ଯୋଗୁଁ ରାଜଧାନୀ ମାଟି ତଳେ ଦୁଇଟି ଫଲ୍ଟ ଲାଇନ୍ ସୃଷ୍ଟି ହୋଇଥିବାରୁ ଭୁବନେଶ୍ବର ଏବେ ଭୂମିକମ୍ପ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଯାଉଛି। ଆଜି ପର୍ଯ୍ୟନ୍ତ ଯଦିଓ ଭୁବନେଶ୍ବରରେ କେବେ ବିଧ୍ବଂସକାରୀ ଭୂମିକମ୍ପ ହୋଇନି, କିନ୍ତୁ ଏହା କୌଣସି ମୁହୂର୍ତ୍ତରେ ବି ହୋଇପାରେ। ଏଥିପାଇଁ ଯଦି ଯଥା ସମ୍ଭବ ଶୀଘ୍ର ପ୍ରସ୍ତୁତି କରାନଯାଏ ତେବେ ପୂରା ଭୁବନେଶ୍ବର ଧ୍ବଂସସ୍ତୂପ ପାଲଟିଯିବ। ରାଜଧାନୀ ପ୍ରତି ଥିବା ବିପଦକୁ ନଜରରେ ରଖି ରାଜଧାନୀର ମାଇକ୍ରୋ ଜୋନେସନ୍ ସେସମିକ୍ ମ୍ୟାପିଂ କରିବାକୁ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ନିଷ୍ପତ୍ତି ‌ନେଇଛି। ଦେଶର ୪ଟି ସହରରେ ଏବେ ଏହି ମ୍ୟାପିଂ ହେବାକୁ ଥିବାବେଳେ ଭୁବନେଶ୍ବରରୁ ପ୍ରଥମେ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି

ଭୂବିଜ୍ଞାନ ମନ୍ତ୍ରଣାଳୟର ଏକ ଟିମ୍ ଖୁବ୍ ଶୀଘ୍ର ଭୁବନେଶ୍ବରକୁ ଆସିବ। ବିଡିଏ ଅଧିକାରୀଙ୍କ ସହାୟତାରେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲିବା ସହ ସେଠାରେ ବୋରିଂ କରି ମାଟି ସଂଗ୍ରହ କରିବ। ପୂରା ଭୁବନେଶ୍ବରର ୧୧୦୦ଟି ଅଞ୍ଚଳରୁ ବୋରିଂ କରି ମାଟି ସଂଗ୍ରହ କରାଯିବ। ଆବଶ୍ୟକସ୍ଥଳେ ଲୋକଙ୍କ ଘର ଭିତରୁ ବି ଚଟାଣ ଖୋଳି ମାଟି ସଂଗ୍ରହ କରାଯିବ। ଏହି ମାଟିକୁ ନେଇ ପରୀକ୍ଷା କରାଯିବ। କେଉଁ ଅଞ୍ଚଳ କେଉଁ ସେସମିକ୍‌ ଜୋନ୍‌ରେ ଯାଉଛି, ସେଠାରେ କେଉଁ ଡିଜାଇନ୍‌ର ଘର ନିର୍ମାଣ କରାଯିବ ସେନେଇ ପ୍ରସ୍ତାବ ଦେବ। ଏହାପରେ ବିଡିଏ ପକ୍ଷରୁ ଏହାର ପ୍ଲାନିଂ ଅଞ୍ଚଳରେ କେଉଁ ଡିଜାଇନ୍‌ର ଘର ନିର୍ମାଣ କରାଯିବ ସେନେଇ ନିଷ୍ପତ୍ତି ହେବ।

ଏହି କେନ୍ଦ୍ରୀୟ ଟିମ୍‌କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ଉପାଧ୍ୟକ୍ଷ, ଆଇଆଇଟି ଭୁବନେଶ୍ବରର ଜଣେ ପ୍ରଫେସର, ବିଏମ୍‌ସି ସିଟି ଇଞ୍ଜିନିୟର, ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହେବ।
Facebook Notice for EU! You need to login to view and post FB Comments!

Related Post

ଟିଟିଲାଗଡ ବିକାଶ ସେନା ତରଫରୁ ଅନ୍ତର୍ଜାତୀୟ ସ୍ବେଛାସେବୀ ଦିବସ ପାଳିତ

Posted by - December 5, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବିକାଶ ସେନା ତରଫରୁ ଆଜି ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଇରିଗେସନ ଡାକବଙ୍ଗଳା ଠାରେ ଏକ ବୈଠକ…

ହିରୋ ହେଲେ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

Posted by - May 25, 2019 0
ସୁରତ:ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ଜଣେ…

ଆସୁଛି ପାର୍ବଣ,ନଦୀ ପଠା ରେ ହସୁଛି କାସତଣ୍ଡି

Posted by - September 22, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) ପ୍ରକୃତିର ଏକ ବିଚିତ୍ର ସୃଷ୍ଟି।ପାର୍ବଣକୁ ସ୍ୱାଗତ କରିବାପାଇଁ ସଜେଇହେଲାଣି ପ୍ରକୃତିରାଣୀ।ଆଉ ଦିନ କେଇଟାପରେ ଆରମ୍ଭହେବ ଶାରଦୀୟ ଦୁର୍ଗାପୂଜା ।ମାଙ୍କ ଆଗମନରେ ପୁଲକିତ ଧରାଣୀରାଣୀ।ଶସ୍ୟଶ୍ୟାମଳା ଧରଣୀର…

୨ କୋଟିର ସୁନାପାପୁଲି ଦେଲେ ତିରୁପତି ବାଲାଜୀଙ୍କୁ ଜଣେ ଭକ୍ତ

Posted by - June 15, 2019 0
ଶ୍ରୀ ଭେଙ୍କଟେଶ୍ୱର ବିଷ୍ଣୁଙ୍କର ଅବତାର ବୋଲି ବିଶ୍ୱାସ ରହିଛି | ଶ୍ରୀ ଭେଙ୍କଟେଶ୍ୱର ବାଲାଜୀ,ଗୋବିନ୍ଦ ଓ ଶ୍ରୀନିବାସ ନାମରେ ମଧ୍ୟ ନାମିତ | ଆନ୍ଧ୍ରପ୍ରଦେଶର ଚି଼ଟ୍ଟୁର ଜିଲ୍ଲାର…

Leave a comment

Your email address will not be published.