ଭୁବନେଶ୍ୱର : ବିଶ୍ୱକପ୍ ପୁରୁଷ ହକିର କ୍ୱାର୍ଟର ଫାଇନାଲରେ ଭାରତ କାନାଡ଼ାକୁ ୫-୧ ଗୋଲରେ ହରାଇ ପୁଲ୍- ସି’ର ଟପ୍ରେ ରହି ସିଧା କ୍ୱାର୍ଟର ଫାଇନାଲରେ ଜାଗା ପକ୍କା କରିଛି ଟିମ୍ ଇଣ୍ଡିଆ। ଲଳିତ ଉପାଧ୍ୟାୟ ୨ଟି ଗୋଲ ଦେଇଥିବା ବେଳେ ଓଡ଼ିଆ ଖେଳାଳି ଅମିତ ରୋହିତ ଦାସ, ଚିଙ୍ଗଲେନ ସାନା, ହରମନପ୍ରିତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଛନ୍ତି।
ଲଳିତ ଉପାଧ୍ୟାୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେହିପରି ପୁଲ-ସି’ର ଶେଷ ମ୍ୟାଚ୍ରେ ବେଲଜିୟମ ଦକ୍ଷିଣ ଆଫ୍ରିକାକୁ ୫-୧ରେ ହରାଇ ଥିଲେ ବି କ୍ରସ୍ ଓଭର ମ୍ୟାଚ୍ ଖେଳିବ। କାନାଡ଼ା ମଧ୍ୟ କ୍ରସ୍ ଓଭର ମ୍ୟାଚ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛି।