ଯାଜପୁର ଜିଲ୍ଲାରେ ପୁଣି ଲଜ୍ଜା, ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ

711 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ମହିଳା ଦିବସରେ ଯାଜପୁର ଜିଲ୍ଲାରେ ପୁଣି ଲଜ୍ଜା । ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଜଣେ ଶିକ୍ଷକ ବାରମ୍ବାର ଦୁଷ୍କର୍ମ କରିଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି।

ଯାଜପୁର ପାଣିକୋଇଲି ଥାନା ର ଏକ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମୋହନ ଭୂୟାଁ ସ୍କୁଲ ପରିସରରେ ଦୀର୍ଘ ଦିନରୁ ଟିଉସନ କରି ଆସୁଛନ୍ତି। ପୀଡ଼ିତାଙ୍କ ବୟାନ ଅନୁସାରେ ଅନ୍ୟ ପିଲାମାନେ ପଳାଇବା ପରେ ଶିକ୍ଷକ ଶ୍ରୀ ଭୂୟାଁ ଲାଇଟ ଲିଭାଇ କବାଟ ଦେଇ ଶାରୀରିକ ସଂପର୍କ ରଖି ଆସୁଥିଲେ। ଘଟଣା କାହାକୁ ଜଣାଇଲେ ଜୀବନରୁ ମାରି ଦେବା ସହ ପରିବାର ଲୋକଙ୍କୁ ରାସ୍ତାରୁ ହଟାଇଦେବାକୁ ବାରମ୍ବାର ଧମକ ଦେଇ ଆସୁଥିଲେ। ଗତକାଲି ଛାତ୍ରୀ ଜଣକ ଶିକ୍ଷକଙ୍କ ନିର୍ୟାତନାରେ ଅତିଷ୍ଠ ହୋଇ ଆଉ ପାଠ ପଢ଼ିବ ନାହିଁ ବୋଲି ମା’ଙ୍କୁ କହିଥିଲେ।

ଏହାପରେ ଘଟଣା ଜଣାପଡ଼ିଥିଲା। ପରେ ପିଡିତା କୁ ଆଣି ଯାଜପୁର ମେଡିକାଲ ସ୍ଥିତ ସଖୀ କେନ୍ଦ୍ରରେ ରଖାଯିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ପାଣ‌ିକୋଇଲି ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରାଯାଇଛି। ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଶିକ୍ଷକ ମୋହନ ଭୂୟାଁଙ୍କୁ ପୁଲିସ ଗିରଫ କରିଛି।

Related Post

ଶଙ୍କରଡ଼ା ଠାରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟପ୍ରହରୀ ନାମ ଯଜ୍ଞ

Posted by - February 9, 2022 0
ବୌଦ୍ଧ; (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ପଂଚାୟତ ଶଙ୍କରଡ଼ା ଗ୍ରାମରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟ ପ୍ରହାର ନାମ ଯଜ୍ଞ ଅନୁଷ୍ଠିତ…

ଆଦିବାସୀ ସଂଘ ତରଫରୁ ଭୂମି ହିନ ମାନଙ୍କୁ ଘର ଡିହ ଯୋଗାଇ ଦେବା ପାଇଁ ତହସିଲଦାର ଙ୍କୁ ଦାବି ପତ୍ର

Posted by - September 13, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝୀ) ବ୍ଲକ ବ୍ରାହ୍ମଣଛେଣ୍ଡିଆ ଗ୍ରାମ ପଂଚାୟତ ର ମେରଘରା ଗ୍ରାମ ର ପ୍ରାୟ ପଚିଶ/ତିରିଶ ଆଦିବାସୀ ଭୂମିହୀନ ପାଇଁ ଧର୍ମଗଡ ତହସିଲଦାର ବରିହା…

ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ବିଭିନ୍ନ ଗ୍ରାମରେ ବିଜେଡି ର ସାଂଗଠନିକ ସଭା

Posted by - November 20, 2021 0
ପାଟଣାଗଡ଼: ୨୯/୧୧( ତାପସ ରଞ୍ଜନ ବେହେରା ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ର କର୍ଲାକୁଟୁନା , ମହୁରୁଣ୍ଡି , ଗୁର୍ଜିଭଟା , କୁରୁଲୁମାଲ…

ବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଦୁର୍ଘଟଣା

Posted by - August 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଏକ ବ୍ରିଜ଼ା କାର ଭାରସାମ୍ୟ ହରାଇ ରାସ୍ତା କଡ ରେ…

ମିନାଝୁଲାର ତ୍ରିବେଣୀ ସଙ୍ଗମରୁ ଚଇତି ଉତ୍ସବ ପାଇଁ ପବିତ୍ର ଜଳ ସଂଗ୍ରହ ନିମନ୍ତେ ପ୍ରସ୍ତୁତି ବୈଠକ

Posted by - December 28, 2022 0
ମୁନିଗୁଡା:୨୮-୧୨ (ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଓ ଗୁଡାରି ବ୍ଲକ ଉପକଣ୍ଠ ମିନାଝୁଲାର ପବିତ୍ର ଶୈବପୀଠ ପରିସରରେ ଥିବା ଶ୍ରୀ ଜନକଲ୍ୟାଣ ଆଶ୍ରମରେ ଜିଲ୍ଲା ଚଇତି…

Leave a comment

Your email address will not be published.