ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୁହୁଡି ଯୋଗୁଁ ବସ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତିଲେ ଯାତ୍ରୀ । ଯାଜପୁର ଥାନା ଅନ୍ତର୍ଗତ କିଆନାଳୀ ଛକ ନିକଟରେ ଘଟିଛି ଏପରି ଦୁର୍ଘଟଣା । କଲିକତାରୁ ଓଳାଭର ଆସୁଥିବା ଯାତ୍ରୀ ବାହୀ ମୟୁର ବସ କୁହୁଡି ଯୋଗୁଁ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଥିଲା । ପଂଳରେ ଏକ ବିଦ୍ୟୁତ୍ ଖୁଂଟକୁ ଧକ୍କା ଦେଇଥିଲା ।
ବସରେ ୫୨ ଜଣ ଯାତ୍ରୀ ଥିଲେ । ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଗାଡିଟି ଆଉ ଯାଇନପାରିବାରୁ ଅନ୍ୟ ଏକ ଗାଡିର ସହାୟତାରେ ଯାତ୍ରୀ ମାନଙ୍କୁ ପଠାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
Facebook Notice for EU!
You need to login to view and post FB Comments!