ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ନୂଆ ଦାୟିତ୍ୱ ସହ ସଞ୍ଜୟ ଦାସଙ୍କୁ କ୍ୟାବିନେଟ୍ ପାହ୍ୟା ମଧ୍ୟ ମିଳିଛି।ନୂଆ ଦାୟିତ୍ବ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ଦାସବର୍ମା । ନୂଆ ଦାୟିତ୍ବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି ତାକୁ ସେ କରିଛନ୍ତି ।
ରାଜ୍ୟ ଯୋଜନା ବୋର୍ଡ଼କୁ କିଭଳି ଅଧିକ କ୍ରିୟାଶୀଳ କରାଯାଇ ପାରିବ ତାହା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି ବୋଲି ସେ କହିଛନ୍ତି । ଆସନ୍ତାକାଲି ଦାୟିତ୍ୱ ନେବା ପରେ ଯୋଜନା ବୋର୍ଡ଼ କଳେବର ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ନୂଆ ରୂପ, ନୂଆ କଳେବରରେ ଆପଣମାନେ ଯୋଜନା ବୋର୍ଡ଼କୁ ଦେଖିବେ ବୋଲି ସେ କହିଛନ୍ତି ।
Facebook Notice for EU!
You need to login to view and post FB Comments!