ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

493 0

ଭୁବନେଶ୍ୱର: ଓଡ଼ିଶାର ଇସ୍ପାତ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବ ଜାପାନ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜାପାନ୍ ରାଷ୍ଟ୍ରଦୂତ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ସୂଚନା ମିଳିଛି।ଲୋକସେବା ଭବନରେ ଏହି ସାକ୍ଷାତ ଆଲୋଚନା ହୋଇଛି। ଏହି ଅବସରରେ ଜାପାନର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଇସ୍ପାତ ଉତ୍ପାଦନରେ ଓଡିଶା ଦେଶରେ ଅଗ୍ରଣୀ ରହିଛି।ଇସ୍ପାତ ଶିଳ୍ପର ବିକାଶ ପାଇଁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଣୁ ରାଜ୍ୟରେ ଆନୁସଙ୍ଗିକ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି।

ଏଥିସହିତ   ରାଜ୍ୟରେ ଅଟୋମୋବାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍ସ, ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଜାପାନର ନିବେଶକଙ୍କୁ ପୁଞ୍ଜି ନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପ୍ରସ୍ତାବ।ଏହି ଅବସରରେ ଜାପାନର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଜାପାନୀ ପ୍ରତିନିଧିମଣ୍ଡଳୀ ଆସନ୍ତା କାଲି କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଧିଭାବେ ଅଂଶଗ୍ରହଣ କରିବେ। କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ସଚିବ ରସିକା ଚୌବେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ ।

Related Post

ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ଚାଲିଲା ସଫରୀ ବସ

Posted by - August 17, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ) ପର୍ଯ୍ୟଟକଙ୍କ ଙ୍କ ପାଇଁ ଖୁସି ଖବର,ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୋଭିଡ୍ ଯୋଗୁ ବନ୍ଦ ହୋଇଥିବା ସଫାରୀ ବସ୍ ସେବା ପର୍ଯ୍ୟଟକଙ୍କ ପାଇଁ ଖୋଲା…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କାଳବୈଶାଖୀ ଜନିତ ବଜ୍ରପାତ ଓ ଝଡାବର୍ଷା ନେଇ ସତର୍କତା ଜାରି

Posted by - April 16, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାରେ କ୍ରମାଗତ। ଭାବେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ କେତେକ ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ଓ…

ଖାଦାନରେ ଚଢ଼ଉ,୨.୬କୋଟି ଟଙ୍କାର ପଥର ଜବତ, ୩ ହାଇୱା ଅଟକ

Posted by - January 30, 2019 0
ଯାଜପୁର: ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ ବିବାଦ ଏବେ ଏନଜିଟି ଓ ସୁପ୍ରିମକୋର୍ଟ ର ବିଚାରଧୀନ ଥିବା ବେଳେ ଧର୍ମଶାଳା ତହସିଲଦାର ଓ ପୁଲିସ ଫୋର୍ସ ଆଜି…

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମକାରୀଙ୍କୁ ଗିରଫ ଦାବିରେ ଯୁବ କଂଗ୍ରେସର ରାସ୍ତାରୋକ

Posted by - January 18, 2021 0
କେଉଁଝର : ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଯୁବ କଂଗ୍ରେସ କର୍ମୀ ରାସ୍ତାରୋକ କରିଥିଲେ।  କେଉଁଝର ଟାଉନ ଥାନା…

ଗ୍ରୀଷ୍ମ ପ୍ରବାହ ମୁକାବିଲା ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ

Posted by - March 4, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ…

Leave a comment

Your email address will not be published.