୨୬ରେ କଂଗ୍ରେସ ପାଳିବ କଳା ଦିବସ

854 0

ଭୁବନେଶ୍ବର : ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ପଞ୍ଚାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଗଣତନ୍ତ୍ରକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କଂଗ୍ରେସ ପଞ୍ଚାୟତ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତନ ଆଣିଥିଲା। ଏଥିପାଇଁ ୭୨ତମ ଓ ୭୩ତମ ସମ୍ବିଧାନର ସଂଶୋଧନ ଆଣିଥିଲା। କିନ୍ତୁ ବିଜେଡି ସରକାର ପଞ୍ଚାୟତ ବ୍ୟବସ୍ଥାକୁ ଧ୍ବଂସ କରିବାକୁ ବସିଛନ୍ତି। ଏଣୁ ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ପଞ୍ଚାୟତ ବ୍ୟବସ୍ଥାର ସୁରକ୍ଷା ଦିବସ ପାଳନ କରାଯିବ। ବିଜେଡି ସରକାରଙ୍କ ପଞ୍ଚାୟତ ବିରୋଧୀ କାର୍ଯ୍ୟଧାରା ବିରୁଦ୍ଧରେ କଳା ଦିବସ ମଧ୍ୟ ପାଳନ କରାଯିବ।

ଆଜି ରାଜ୍ୟ ପଞ୍ଚାୟତ ସମ୍ମିଳନୀ ଅବସରରେ କଂଗ୍ରେସ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପିସିସି ପ୍ରବକ୍ତା ସୁଦର୍ଶନ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେଡି ସରକାରଙ୍କ ମାଧ୍ୟମରେ ପଞ୍ଚାୟତ ବ୍ୟବସ୍ଥା କିପରି ଧ୍ବଂସ ହେଉଛି ସେ ସଂପର୍କରେ ଆଲୋଚନା କରାଯାଇଥିଲା। ସମ୍ମିଳନୀରେ ପଞ୍ଚାୟତ ପ୍ରତିନିଧିଙ୍କ ଭତ୍ତା ବୃଦ୍ଧି, ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ସଦସ୍ୟମାନଙ୍କୁ ହାତପାଣ୍ଠି, ସମ୍ବିଧାନର ୭୩ତମ ସଂଶୋଧନ ସୁପାରିସ ଅନୁଯାୟୀ ପଞ୍ଚାୟତକୁ ଅଧିକ କ୍ଷମତା ଆଦି ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା। ଏଥିରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ବରିଷ୍ଠ ନେତା ଭକ୍ତଚରଣ ଦାସ, ସେବା ଦଳ ସଂଯୋଜକ ମନୋଜ ଜେନା ପ୍ରମୁଖଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୨୦୦ରୁ ଅଧିକ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ।

Facebook Notice for EU! You need to login to view and post FB Comments!

Related Post

ବଢିଲା ବିଜେପି ରେ କନ୍ଦଳ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଟିକେଟ ପ୍ରଦାନକୁ ପ୍ରତିବାଦରେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Posted by - March 22, 2019 0
ଭୁବନେଶ୍ବର: ଦଳର ବର୍ଷ ବର୍ଷର ପୁରୁଣା ଯୁବନେତାଙ୍କୁ ଅଣଦେଖା କରି, ଅନ୍ୟ ଦଳରୁ ନିକଟରେ ପଦ୍ମ ପୋଖରୀକୁ ଡେଇଁଥିବା ବ୍ୟକ୍ତିଙ୍କୁ କାହିଁକି ଟିକେଟ ଦିଆଯାଉଛି ବୋଲି ଭୁବନେଶ୍ବର-ଏକାମ୍ର…

ନବରଙ୍ଗପୁର ନଗର କଂଗ୍ରେସ ଏବଂ ବ୍ଲକ କଂଗ୍ରେସ କର୍ମକର୍ତ୍ତାଙ୍କ ବିକ୍ଷଭ ପ୍ରଦର୍ଶନ

Posted by - July 8, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ :)ରାଜ୍ୟରେ ବଢ଼ି ଚାଲିଥିବା ଡିଜେଲ,ପେଟ୍ରୋଲ,ଇନ୍ଧନ ଗ୍ୟାସ, ଖାଇବା ତେଲ,ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ,ପିସିସି ସଭାପତି ଶ୍ରୀ…

ମୁରିବାହାଲ ବ୍ଲକରେ ବିଜେଡ଼ି ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 29, 2022 0
ମୁରିବାହାଲ/ଟିଟିଲାଗଡ:୨୮/୦୬/୨୦୨୨:(ସଞ୍ଜୟ କୁମାର ନାୟକ)ମଙ୍ଗଳ ବାର ଦିନ ମୁରିବାହାଲ ଠାରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ତଥା ରାଜ୍ଯ ସଂପାଦକ ଶ୍ରୀ ହଂସରାଜ ଜୈନ ଏବଂ ବିଜେଡ଼ି ମୁରିବାହାଲ ବ୍ଲକ…

ବିଜେପି ର ମିଶ୍ରଣ ପର୍ବ

Posted by - September 3, 2021 0
ସିମୁଳିଆ/ବାଲେଶ୍ଵର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଅବ ଜଣା ପଞ୍ଚାୟତ ବର ପଡିଆ ଠାରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠି ଙ୍କ ଉପସ୍ଥିତି ରେ ପୂର୍ବ…

ବିଶିଷ୍ଟ ବିଜେପି ନେତା ଶ୍ରୀ ବଳଦେବ ବେଦବାକ ଙ୍କ ନେତୃତ୍ୱରେ ପରିବର୍ତ୍ତନ ଯାତ୍ରା

Posted by - May 3, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ପରିବର୍ତ୍ତନ ଯାତ୍ରା ବିଶିଷ୍ଟ ବିଜେପି ନେତା ଶ୍ରୀ ବଳଦେବ ବେଦବାକ ଙ୍କ ନେତୃତ୍ୱରେ ଡୁଙ୍ଗୁରିପାଲି ବ୍ଲକ୍ କର୍ଲାଯୁଲି ଗ୍ରାମ ପଞ୍ଚାୟତର…

Leave a comment

Your email address will not be published.