ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ନଦୀକୁ ଶୌଚ ହେବାକୁ ଯାଇ ବୁଡିଗଲେ ଯୁବକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ଧାମନଗର ଥାନା ଦେହୁରି ଆନନ୍ଦପୁର ଗାଁର ଯୁକ୍ତ ଦୁଇ ଛାତ୍ର ଅଶ୍ୱନୀ କୁମାର ନାୟକ ।
ସେ ବୈତରଣୀ ନଦୀକୁ ଆଜି ସକାଳେ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ ଖସିଯାଇଥିଲା । ନଦୀରେ ବାଲି ଚାଲାଣ ଯୋଗୁଁ ହୋଇଥିବା ଗଣ୍ଡରେ ସେ ବୁଡି ଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃୃତ ଘୋଷଣା କରିଥିଲେ ।
Facebook Notice for EU!
You need to login to view and post FB Comments!