ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବୁଢା ନଦୀରେ ବୁଡ଼ିଯାଇ ବୃଦ୍ଧ ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ଘଟିଛି ଯାଜପୁର ବ୍ଲକ ବାସୁଦେବପୁର ପଂଚାୟତ ଗୋନିନ୍ଦପୁର ଗ୍ରାମରେ । ମୃତକ ହେଲେ ଉକ୍ତ ଗ୍ରମର ରଙ୍କ ବେହେରା । ଆଜି ସକାଳୁ ନଦିକୁ ଗାଧୋଇବାକୁ ଯାଇଥିବା ସମୟରେ ଗୋଡ ଖସିଯିବାରୁ ବୁଡି ଯାଇଥିଲେ ।
ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ପରେ ଗ୍ରାମବାସୀଙ୍କ ସହାୟତା ରେ ରଙ୍କଙ୍କୁ ନଦିରୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିସ୍ôାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Facebook Notice for EU!
You need to login to view and post FB Comments!