ଯାଜପୁର:୨୧/୦୨(ଆନନ୍ଦ ଚନ୍ଦ୍ର ସାହୁ)ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଦେଶୀ ପର୍ଯ୍ଯଟକ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ବାଲିଚନ୍ଦ୍ରପୁରଠାରେ ଘଟିଛି ଏହି ଦୁର୍ଘଟଣା। ଏକ ଇନୋଭା ଗାଡିରେ ଦୁଇ ବିଦେଶୀ ପର୍ଯ୍ଯଟକ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ଏହି ସମୟରେ ଏକ ଟ୍ରକ ଓଭରଟେକ କରିଥିଲା।
ତେବେ ହଠାତ ଭାରସାମ୍ୟ ହରାଇ ଟ୍ରକଟି ଇନୋଭା ଗାଡି ଉପରକୁ ମାଡିଯାଇଥିଲା। ସୌଭାଗ୍ୟବଶତ ଘଟଣାସ୍ଥଳରେ ବିଦେଶୀ ପର୍ଯ୍ଯଟକ ସୁରକ୍ଷିତ ଥିବା ବେଳେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଦୁଇ ପର୍ଯ୍ୟଟକ ଓ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ଆହତ ପର୍ଯ୍ୟଟକମାନେ ପ୍ଯାରିସ ଅଞ୍ଚଳର ବୋଲି ଜଣାପଡିଛି। ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୁଲିସ ପହଞ୍ଚି ତଦନ୍ତ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।
Facebook Notice for EU!
You need to login to view and post FB Comments!